ଶ୍ରୀ ମନ୍ଦିରରେ ଦୁର୍ଗା ମାଧବ ଉପାସନା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ପାରମ୍ପରିକ ରୀତି ନୀତୀରେ ଆରମ୍ଭ ହୋଇଛି ଦୁର୍ଗା ମାଧବ ଉପାସନା। ଏହାସହ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାଉତ୍ସବ। ଶ୍ରୀମନ୍ଦିରର ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରରେ ଅନ୍ୟ ଶକ୍ତିପୀଠରେ ଷୋଡଶଦିନାମତ୍କ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀନଅରରେ ଷୋଡଶ ଦିନାମତ୍କ ପୂଜାପାଇଁ ଶୋତ୍ରିୟ ବ୍ରାହ୍ମଣ ମାନଙ୍କୁ ବରଣ କରାଯାଇଛି। ଶ୍ରୋତିୟ ବ୍ରାହ୍ମାଣ ମାନଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶ୍ରୀହସ୍ତ ଗୁଆ ଓ ନଡିଆ ପ୍ରଦାନ କରାଯାଇଛି।  ଆଶ୍ୱିନ ମାସ କୃଷ୍ଣପକ୍ଷ […]

4326

Tapas Behera
  • Published: Sunday, 22 September 2019
  • , Updated: 22 September 2019, 07:05 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ପାରମ୍ପରିକ ରୀତି ନୀତୀରେ ଆରମ୍ଭ ହୋଇଛି ଦୁର୍ଗା ମାଧବ ଉପାସନା। ଏହାସହ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାଉତ୍ସବ। ଶ୍ରୀମନ୍ଦିରର ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରରେ ଅନ୍ୟ ଶକ୍ତିପୀଠରେ ଷୋଡଶଦିନାମତ୍କ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀନଅରରେ ଷୋଡଶ ଦିନାମତ୍କ ପୂଜାପାଇଁ ଶୋତ୍ରିୟ ବ୍ରାହ୍ମଣ ମାନଙ୍କୁ ବରଣ କରାଯାଇଛି।

ଶ୍ରୋତିୟ ବ୍ରାହ୍ମାଣ ମାନଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶ୍ରୀହସ୍ତ ଗୁଆ ଓ ନଡିଆ ପ୍ରଦାନ କରାଯାଇଛି।  ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ମୂଳାଷ୍ଟମୀ  ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପସନାର ଆରମ୍ଭ ହୋଇଛି।

ଶ୍ରୀମନ୍ଦିରରେ ଦୁର୍ଗାଦେବୀଙ୍କ ସହଶ୍ର କୁମ୍ଭାଅଭିଶେକ ଅନୁଷ୍ଠିତ ହେବା ସହ ଭଣ୍ଡାରଘର ସମ୍ମୁଖରେ ବିରାଜମାନ ହେବା ପରେ ଦୁର୍ଗା ଓ ମାଧବ ପାଲିଙ୍କିରେ ବିଜେ ହୋଇ ବିମଳାଙ୍କ ମନ୍ଦିରରେ ପୂଜାର୍ଚ୍ଚାନ କରାଯାଇଥାଏ।  ସେପଟେ  ନବମୀ ଠାରୁ ଦୁର୍ଗାମାଧବ ଉପସନା ନାରୟଣୀ ମନ୍ଦିରରେ କରାଯାଇଥାଏ। ଯାହାକୁ ଗୁପ୍ତ ଗୁଣ୍ଡିଚା ଯାତ୍ରା ବୋଲି କୁହାଯାଏ।  ସମସ୍ତ ବ୍ରାହ୍ମଣ ମାନେ ଶ୍ରୀମନ୍ଦିର ବିମଳା ଏବଂ ଉତ୍ତରାୟଣୀ, ଭୁବନେଶ୍ୱୀରୀ ପୀଠ, ଦକ୍ଷିଣକାଳୀ, ଅଲାମଚଣ୍ଡୀ ପୀଠ, ପଞ୍ଚମୁଖୀ ପୀଠ ଆଦିରେ ପୂଜାର୍ଚ୍ଚନା ଆରମ୍ଭ କରନ୍ତି।

Related story