ନନାଙ୍କ ଗାଡ଼ି ଯାଞ୍ଚ ବେଳେ କ’ଣ ମିଳିଲା ?

ଭଦ୍ରକ (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ଟଙ୍କା ନେଇ ଯାଉଥିବା ସନ୍ଦେହରେ ନନା (ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ)ଙ୍କ ଗାଡ଼ି ଯାଞ୍ଚ କଲେ ପ୍ରଶାସନିକ ଅଧିକାରୀ। ନନାଙ୍କ ଗାଡ଼ି ଭିତରୁ ବାହାରିଲା ଏକ ବଡ଼ ପଲିଥିନ୍‌ରେ ବନ୍ଧା ହୋଇଥିବା କିଛି ଜିନିଷ।  ଟଙ୍କା ଥିବ ଭାବି ଅଫିସ୍‌ର ମାନେ ପଲିଥିନ୍‌ଟିକୁ ଖୋଲିଥିଲେ। ହେଲେ ଦେଖିଲା ବେଳକୁ ସେଥିରୁ ବାହାରିଥିଲା ସତେଜ ବ୍ରାହ୍ମୀପତ୍ର ସହ କିଛି ଫଳ ଓ ବିସ୍କୁଟ ପ୍ୟାକେଟ। ଏହା ପରେ ଅଫିସ୍‌ର ଠାରୁ ଆରମ୍ଭ […]

pratap

  • Published: Monday, 24 October 2022
  • , Updated: 24 October 2022, 04:53 PM IST

ଭଦ୍ରକ (ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ଟଙ୍କା ନେଇ ଯାଉଥିବା ସନ୍ଦେହରେ ନନା (ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ)ଙ୍କ ଗାଡ଼ି ଯାଞ୍ଚ କଲେ ପ୍ରଶାସନିକ ଅଧିକାରୀ। ନନାଙ୍କ ଗାଡ଼ି ଭିତରୁ ବାହାରିଲା ଏକ ବଡ଼ ପଲିଥିନ୍‌ରେ ବନ୍ଧା ହୋଇଥିବା କିଛି ଜିନିଷ।  ଟଙ୍କା ଥିବ ଭାବି ଅଫିସ୍‌ର ମାନେ ପଲିଥିନ୍‌ଟିକୁ ଖୋଲିଥିଲେ। ହେଲେ ଦେଖିଲା ବେଳକୁ ସେଥିରୁ ବାହାରିଥିଲା ସତେଜ ବ୍ରାହ୍ମୀପତ୍ର ସହ କିଛି ଫଳ ଓ ବିସ୍କୁଟ ପ୍ୟାକେଟ। ଏହା ପରେ ଅଫିସ୍‌ର ଠାରୁ ଆରମ୍ଭ କରି ଉପସ୍ଥିତ ପୁଲିସ କର୍ମଚାରୀମାନେ ଠୋ ଠୋ ହୋଇ ହସିଥିଲେ। ଅଫିସ୍‌ରମାନଙ୍କ ସବୁ ପରିଶ୍ରମ ପାଣି ଫୋଟକା ଭଳି ମିଳାଇ ଯାଇଥିଲା। ଏହି ସମୟରେ ନନା ବି ହସି ଦେଇଥିଲେ। କହିଥିଲେ, ତୁମ କାମ ତୁମେ କର। ମୁଁ ମୋ କାମ କରୁଛି। ଆଜି ଧାମନଗର ନିର୍ବାଚନ ମଣ୍ଡଳୀର କାଁପଡ଼ା ପଞ୍ଚାୟତରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ନିର୍ବାଚନ ପ୍ରଚାର ଶୋଭାଯାତ୍ରା ଯାଉଥିବା ବେଳେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇ ଯାଂଚ କରିଥିଲେ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ। ସରକାରୀ ଅଧିକାରୀଙ୍କ ଯାଂଚକୁ ଶ୍ରୀ ଷଡ଼ଙ୍ଗୀ ସହମତି ଦେବା ସହିତ ସେଥିରେ ସହଯୋଗ କରିଥିଲେ। ତେବେ ଯାଂଚ ବେଳେ ତାଙ୍କ ଗାଡ଼ିରୁ ପ୍ରଶାସନିକ ଅଧିକାରୀ ବାହାରକୁ ଆଣିଥିବା ପଲିଥିନ୍‌ ଥିଳି ଭିତରୁ ସତେଜ ବ୍ରାହ୍ମୀପତ୍ର ସହ ଫଳ ଓ ବିସ୍କୁଟ ବାହାରିବା ପରେ ସେଠାରେ ହାସ୍ୟରୋଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଆଲୋଚନାର ବିଷୟ ହୋଇଛି।

ଧାମନଗର ଉପନିର୍ବାଚନ ଜିତିବାକୁ ଏଠାରେ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଲଗାଇ ବିଜେଡି ଟଙ୍କା ବାଣ୍ଟୁଥିବା ବିଜେପି ଗତକାଲି ଅଭିଯୋଗ କରିଥିଲା। ଏହା ଉପରେ ଏ ପର୍ଯ୍ୟନ୍ତ ତଦନ୍ତ କରାଯିବାକୁ ପଦକ୍ଷେପ ନିଆଯାଇନି। ସେପଟେ ବିଜେପି ନେତାଙ୍କ ଗାଡ଼ି ଉପରେ ନିର୍ବାଚନ ଦାୟିତ୍ୱରେ ଥିବା ଅଫିସ୍‌ରମାନେ ଆଜି ଚଢ଼ାଉ କରିବା ନିର୍ବାଚନ ରାଜନୀତିରେ ଉଷ୍ମତା ଭରି ଦେଇଛି।

Related story