ଲକଡାଉନ୍ ବେଳେ ଭୁବନେଶ୍ୱରରେ ରହି ମୁମ୍ୱାଇର ଜଣେ ମହିଳାକୁ ସାହାଯ୍ୟ କଲେ ଅରୁଣ ବୋଥ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ବେଳେ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ମୁମ୍ୱାଇର ଜଣେ ସାଢ଼େ ୩ ବର୍ଷର ପୁଅ ପାଇଁ ଓଟ କ୍ଷୀର ପହଞ୍ଚାଇଛନ୍ତି ଭୁବନେଶ୍ୱରରୁ ରହୁଥିବା ଓଡ଼ିଶା କ୍ୟାଡରର ଆଇପିଏସ ଅଫିସର ତଥା ସେସୁର ସିଇଓ ଅରୁଣ ବୋଥ୍ରା। ମାଧ୍ୟମ ସାଜିଛି ଟୁଇଟର। ମୁମ୍ବାଇରେ ରହୁଥିବା ମହିଳା ନେହା କୁମାରୀଙ୍କ ସାଢ଼େ ୩ ବର୍ଷର ପୁଅ ଅଟେଷ୍ଟିକ ରୋଗରେ ଆକ୍ରାନ୍ତ। ତେଣୁ ସେ କେବଳ […]

CAMEL MILK

Subhransu Sekhar
  • Published: Monday, 13 April 2020
  • , Updated: 13 April 2020, 08:23 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ବେଳେ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ରହିଛି। ଏଭଳି ସ୍ଥିତିରେ ମୁମ୍ୱାଇର ଜଣେ ସାଢ଼େ ୩ ବର୍ଷର ପୁଅ ପାଇଁ ଓଟ କ୍ଷୀର ପହଞ୍ଚାଇଛନ୍ତି ଭୁବନେଶ୍ୱରରୁ ରହୁଥିବା ଓଡ଼ିଶା କ୍ୟାଡରର ଆଇପିଏସ ଅଫିସର ତଥା ସେସୁର ସିଇଓ ଅରୁଣ ବୋଥ୍ରା। ମାଧ୍ୟମ ସାଜିଛି ଟୁଇଟର।

ମୁମ୍ବାଇରେ ରହୁଥିବା ମହିଳା ନେହା କୁମାରୀଙ୍କ ସାଢ଼େ ୩ ବର୍ଷର ପୁଅ ଅଟେଷ୍ଟିକ ରୋଗରେ ଆକ୍ରାନ୍ତ। ତେଣୁ ସେ କେବଳ ଓଟ କ୍ଷୀର ଓ ଡାଲି ଖାଇଥାଏ। ଲକଡାଉନ୍ ପାଇଁ ସବୁ ବନ୍ଦ ରହିଥିବାରୁ ଓଟ କ୍ଷୀର ମିଳିବା କଷ୍ଟକର। ଏଥିପାଇଁ ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟୁଇଟ୍ କରି ସହାୟତା ମାଗିଥିଲେ। ଯାହାର ଜବାବ ଦେଇଥିଲେ ସେସୁର ସିଇଓ ଅରୁଣ ବୋଥ୍ରା।

https://twitter.com/arunbothra/status/1248824913294577664

ଆଇପିଏସ ବୋଥ୍ରା ସଙ୍ଗେସଙ୍ଗେ ଟୁଇଟ୍ କରି ରେଲଓ୍ୱର ଉତ୍ତର ପଶ୍ଚିମ ସିପିଟିଏମକୁ ଜଣାଇଥିଲେ। ଏହାପରେ ଓଟ କ୍ଷୀର ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଲୁଧିଆନାରୁ ବାନ୍ଦ୍ରା ଆସୁଥିବା ଏକ ମାଲବାହୀ ଟ୍ରେନରେ ଏହାକୁ ମୁମ୍ବାଇକୁ ଆଣିବାକୁ ଯୋଜନା ହୋଇଥିଲା। ହେଲେ ଅଜମେର୍ ନିକଟ ଫାଲନା ଷ୍ଟେସନ୍ ଯାଏ କ୍ଷୀର ପହଞ୍ଚାଇବାକୁ ରାଜି ହୋଇଥିବା କ୍ଷୀର ଡିଲର। ଏହାପରେ ରେଳ ବିଭାଗ ମାଲବାହୀ ଟ୍ରେନକୁ ଅଜମେର୍ ନିକଟ ଫାଲନା ଷ୍ଟେସନରେ କିଛି ସମୟ ପାଇଁ ରଖିଥିଲା। ଆଉ ଶେଷରେ ୨୦ ଲିଟର୍ ଓଟ୍ କ୍ଷୀର ମୁମ୍ବାଇର ନେହାଙ୍କ ପାଖରେ ପହଞ୍ଚିଥିଲା।

Related story