ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଦେଇଛନ୍ତି ମୋଦି ସରକାର: କେନ୍ଦ୍ର ମନ୍ତ୍ରୀ ନିର୍ମଲା ସୀତାରମଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଆସନ୍ତାକାଲି ଏକ ବର୍ଷ ପୂରିବାକୁ ଯାଉଛି। ଆଉ ଏହି ଏକ ବର୍ଷ ମଧ୍ୟରେ ମୋଦି ସରକାର ସ୍ୱଚ୍ଛ ଓ ନିର୍ମଳ ଶାସନ ଦେଇଛନ୍ତି। ଏହି ଏକ ବର୍ଷର ଶାସନ ଦୁର୍ନୀତିମୁକ୍ତ ମଧ୍ୟ ରହିଛି। ସେହିପରି ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବା ଉପରେ ଜୋର ଦେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ସଫଳ କାର୍ଯ୍ୟଗୁଡ଼ିକର ପ୍ରଚାର ପ୍ରସାର ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ନେଇ […]

niramal

niramal

Rakesh Mallick
  • Published: Sunday, 24 May 2015
  • Updated: 25 May 2015, 02:05 AM IST

Sports

Latest News

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଆସନ୍ତାକାଲି ଏକ ବର୍ଷ ପୂରିବାକୁ ଯାଉଛି। ଆଉ ଏହି ଏକ ବର୍ଷ ମଧ୍ୟରେ ମୋଦି ସରକାର ସ୍ୱଚ୍ଛ ଓ ନିର୍ମଳ ଶାସନ ଦେଇଛନ୍ତି। ଏହି ଏକ ବର୍ଷର ଶାସନ ଦୁର୍ନୀତିମୁକ୍ତ ମଧ୍ୟ ରହିଛି। ସେହିପରି ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବା ଉପରେ ଜୋର ଦେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ସଫଳ କାର୍ଯ୍ୟଗୁଡ଼ିକର ପ୍ରଚାର ପ୍ରସାର ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ନେଇ ରବିବାର ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏହି କଥା କହିଛନ୍ତି। ଭୁବନେଶ୍ୱର ସ୍ଥିତ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି କଥା କହିଥିଲେ।

ମୋଦି ସରକାରଙ୍କ ସ୍ୱଚ୍ଛତା ସଂପର୍କରେ କହିବାକୁ ଯାଇ ସେ କୋଲ୍ ବ୍ଲକ୍ ନିଲାମୀର ଉଦାହରଣ ଦେଇଥିଲେ। ସେ କହିଥିଲେ, ୨୦୦ରୁ ଅଧିକ କୋଲ ବ୍ଲକକୁ ନିଲାମୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଏସବୁ ବ୍ଲକ୍ ନିଲାମୀ ହୋଇଗଲେ ଦେଶକୁ ୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ମିଳିବ। ସେହିଭଳି ରାଜ୍ୟଗୁଡ଼ିକ ସହିତ ସହଯୋଗିତା ଭିତ୍ତିରେ କାର୍ଯ୍ୟ କରାଯିବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି।

ଦରଦାମ କମିଛି

ନିଜ ସରକାରଙ୍କ ସଫଳତା ବଖାଣିବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରଠାରୁ ଦରଦାମ କମିଛି। ସରକାର ଦରଦାମ ଉପରେ ନିୟନ୍ତ୍ରଣ ରଖିବାରେ ସଫଳ ହୋଇଛନ୍ତି। ଦେଶର ଲୋକେ ନିଜେ ଏହାକୁ ଅନୁଭବ କରୁଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ଉପା-୨ ସରକାରର ଶେଷ ୪ ବର୍ଷରେ ଲୋକେ ଦରଦାମ ବୃଦ୍ଧି ନେଇ ଅଣନିଶ୍ୱାସୀ ହୋଇ ଯାଇଥିଲେ। କିନ୍ତୁ ଦରଦାମ ନିୟନ୍ତ୍ରଣ ନେଇ ସରକାରଙ୍କ ସଫଳତାକୁ ଗ୍ରହଣ କରିବାକୁ ଚାହୁଁନି କଂଗ୍ରେସ। ଦରଦାମ ନିୟନ୍ତ୍ରଣ ନେଇ ସରକାରଙ୍କ ସଫଳତାକୁ ଗ୍ରହଣ କରିବା ବଦଳରେ କଂଗ୍ରେସ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଏଥିପାଇଁ ଦାୟୀ ବୋଲି କହୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିବା ପରଠାରୁ ୧୧ ଥର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରା ଯାଇଛି। ଯେତେବେଳେ ବି ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିଛି ସେତେବେଳେ ସରକାର ଦେଶବାସୀଙ୍କ ପାଇଁ ତେଲ ଦର କମାଇଛନ୍ତି।

କୃଷକଙ୍କ ପାଇଁ କାମ କରୁଛି ସରକାର

ନିର୍ମଲା ସୀତାରମଣ। କହିଥିଲେ, କୃଷକମାନଙ୍କ ପାଇଁ ତାଙ୍କ ସରକାର ଅନେକ ଛୋଟବଡ଼ ଯୋଜନା ହାତକୁ ନେଇଛନ୍ତି। ୫୦% ନୁହେଁ, ୩୦% ଫସଲ ନଷ୍ଟ ହୋଇଥିଲେ ବି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୋଦି ସରକାର ଘୋଷଣା କରିଛନ୍ତି। ପୁଣି ୩୦ ଦିନ ଭିତରେ ଏହି କ୍ଷତି ପୂରଣ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମ ବଙ୍ଗରେ ଭଲ ଆଳୁ ଫସଲ ହୋଇଥିବା ବେଳେ ଅଭାବୀ ବିକ୍ରି ନେଇ ଚାଷୀ ଚିନ୍ତାରେ ଥିଲା। ସରକାର ତାହାକୁ ତୁରନ୍ତ ବାହାରକୁ ରପ୍ତାନୀ କରିବାକୁ ପଦକ୍ଷେପ ନେଇଥିଲେ। ସେହିପରି କଟନ ଚାଷୀଙ୍କ ସଠିକ୍ ସମୟରେ ସର୍ବନିମ୍ନ ସହାୟତା ମୂଲ୍ୟ ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେବା ସହିତ ସେଗୁଡ଼ିକୁ କିଣିବା ଉପରେ ଜୋର ଦେଇଛନ୍ତି।

bjbnirmal

ଗରିବଙ୍କୁ ଗୁରୁତ୍ୱ ଦିଆଯାଉଛି

ଅଟଳ ପେନସନ୍ ଯୋଜନା ଓ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଭଳି ଜନହିତକାରୀ ଯୋଜନାର ବି ଅବତାରଣ କରିଥିଲେ ନିର୍ମଲା ସୀତାରମଣ। ସେ କହିଥିଲେ ଯେ କଂଗ୍ରେସ ସରକାରଙ୍କ ଏହି ଯୋଜନାଗୁଡ଼ିକୁ ବ୍ୟଙ୍ଗ କରୁଛି। କିନ୍ତୁ ଏହି ଯୋଜନାଗୁଡ଼ିକ ଆରମ୍ଭ ହେବା ମାସେ ନଯାଉଣୁ ଏଥିରେ ୭ କୋଟିରୁ ଅଧିକ  ଲୋକ ନିଜକୁ ପଞ୍ଜୀକରଣ କରି ସାରିଲେଣି।

ଜମି ଅଧିଗ୍ରହଣ ବିଲ୍ ନେଇ ଭୁଆଁ ବୁଲାଉଛି କଂଗ୍ରେସ

ଜମି ଅଧିଗ୍ରହଣ ବିଲ୍ ସଂପର୍କରେ ସେ କହିଥିଲେ ଯେ କଂଗ୍ରେସ ଏ ନେଇ ଲୋକଙ୍କୁ ଭୁଆଁ ବନାଉଛି। ଏହା ଦ୍ୱାରା ଚାଷୀମାନେ ହଇରାଣ ହେବେ ନାହିଁ, ବଂର ଉପକୃତ ହେବ। ସେମାନଙ୍କ ଗୁରୁତ୍ୱ ଦେଇ ସରକାର ଏହି ବିଲରେ ସଂଶୋଧନ ଆଣିଛନ୍ତି।

ପୁଣି  ତାଙ୍କ ସରକାର ଆସିବା ପରେ ଦିନକୁ ୧୦ କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଉପା ସରକାରରେ ଦିନକୁ ମାତ୍ର ୨ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେଉଥିଲା। ଏହା ସହିତ ଯୁଦ୍ଧଗ୍ରସ୍ତ ୟେମେନରୁ ଭାରତୀୟମାନଙ୍କୁ ସୁରକ୍ଷିତ ଦେଶକୁ ଫେରାଇ ଅଣାଯିବା ତଥା ନେପାଳ ଭୂକଂପ ପରେ ସରକାରଙ୍କ ତତ୍ପରତା ଏବଂ ସହଯୋଗ ସଂପର୍କରେ ବି ସେ କହିଥିଲେ। ସେଠାରେ ରହୁଥିବା ଭାରତୀୟମାନଙ୍କୁ ଫେରାଇ ଅଣାଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ କରାଇବାରେ ସହଯୋଗ କରୁ କଂଗ୍ରେସ

ଏ ସବୁ ସହିତ କଂଗ୍ରେସ ଉପରେ ସେ ବର୍ଷି ଥିଲେ। ସୀତାରମଣ କହିଥିଲେ ଯେ ରାଜ୍ୟସଭାରେ ଅଧିକ ସଂଖ୍ୟା ଥିବା ଯୋଗୁ କଂଗ୍ରେସ ସରକାରଙ୍କ କୌଣସି ବିଲ୍ ପାସ କରାଇ ଦେବାକୁ ଚାହୁଁନି। ଜିଏସଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ ହୋଇଗଲେ ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବେଶ୍ ସହାୟକ ହେବ। କିନ୍ତୁ କଂଗ୍ରେସ ଏଥିରେ ବାଧା ଦେବାକୁ ଚାହୁଁଛି। ଲୋକେ ସବୁ ଦେଖୁଛନ୍ତି। ଏହି ବିଲ୍ ପାସ୍ ହେବାରେ କଂଗ୍ରେସ ଆଉ ପ୍ରତିବନ୍ଧକ ସାଜିଲେ ଲୋକେ କଂଗ୍ରେସକୁ କ୍ଷମା କରିବେ ନାହିଁ। ଏହା ସହିତ ସେ କହିଥିଲେ ଯେ ଦେଶର ଉନ୍ନତି ପାଇଁ ଆସୁଥିବା ବିଲ୍ ଗୁଡ଼ିକୁ କଂଗ୍ରେସ ସମର୍ଥନ କରିବା ଉଚିତ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story