ପାର୍ବଣର ପରଶରେ ପୁଲକିତ ଧରାପୃଷ୍ଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାର୍ବଣର ପରଶରେ ପୁଲକିତ ଧରାପୃଷ୍ଠ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନୀ ମା ଦୁର୍ଗା। କାଲି ମହାଷଷ୍ଠୀରେ ବିଲ୍ୱବରଣ ଆବାହନ ପରେ ଆବିର୍ଭୁତା ହେବେ ସ୍ୱୟଂ ଦଶଭୂଜା। ଏଣେ ନୂଆ ରଙ୍ଗ, ରୂପରେ ସଜେଇ ହେଲାଣି ବିଭିନ୍ନ ପୂଜା ମଣ୍ଡପ। ଆକର୍ଷଣୀୟ ତୋରଣ ନିର୍ମାଣ ଶେଷ ହୋଇଥିବା ବେଳେ ମାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ଆଖି ଝଲସା ସାଜସଜ୍ଜା ସାଙ୍ଗକୁ ସୁଉଚ୍ଚ ତୋରଣ । ମନଲୋଭା […]

gg

Tapas Behera
  • Published: Thursday, 03 October 2019
  • , Updated: 03 October 2019, 10:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାର୍ବଣର ପରଶରେ ପୁଲକିତ ଧରାପୃଷ୍ଠ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନୀ ମା ଦୁର୍ଗା। କାଲି ମହାଷଷ୍ଠୀରେ ବିଲ୍ୱବରଣ ଆବାହନ ପରେ ଆବିର୍ଭୁତା ହେବେ ସ୍ୱୟଂ ଦଶଭୂଜା। ଏଣେ ନୂଆ ରଙ୍ଗ, ରୂପରେ ସଜେଇ ହେଲାଣି ବିଭିନ୍ନ ପୂଜା ମଣ୍ଡପ। ଆକର୍ଷଣୀୟ ତୋରଣ ନିର୍ମାଣ ଶେଷ ହୋଇଥିବା ବେଳେ ମାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ।

ଆଖି ଝଲସା ସାଜସଜ୍ଜା ସାଙ୍ଗକୁ ସୁଉଚ୍ଚ ତୋରଣ । ମନଲୋଭା କାରୁକାର୍ଯ୍ୟ ଓ ଶିଳ୍ପୀର କଳା ଚାତୁରୀରେ ଝଲସି ଉଠୁଛି ପୂଜା ମଣ୍ଡପ । ଆସନ୍ତାକାଲି ମହାଷଷ୍ଠୀରେ ଜଗତଜନନୀ ମା ଦୁର୍ଗାଙ୍କ ଆବାହନୀ ପୂର୍ବରୁ ଏମିତି ସଜେଇ ହୋଇଛି ରାଜଧାନୀର ବିଭିନ୍ନ ମଣ୍ଡପ ।

ରସୁଲଗଡ଼ ପୂଜା ମଣ୍ଡପର ଏଥର କାଳ୍ପନିକ ଇନ୍ଦ୍ରପୁରୀ ଥିମ ନିର୍ମାଣ ହେଉଥିବା ବିଶାଳ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ମଣ୍ଡପରେ ବି ମାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଅନ୍ତିମ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ସେହିପରି ରାଜସ୍ଥାନ ପଦ୍ମାବତୀ ପ୍ୟାଲେସ ଢାଞ୍ଚାରେ ତିଆରି ହୋଇଛି ନୟାପଲ୍ଲୀର ତୋରଣ । ଏଠି ବି ତୋରଣ କାମ ଶେଷ ହୋଇଥିବା ବେଳେ ମୃଣ୍ମୟୀ ମୂର୍ତ୍ତି କାମ ସାରିବାକୁ ବ୍ୟଗ୍ର କାରିଗର।

Related story