‘ମୋ ପ୍ରତି ଅବହେଳା କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରିଓ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ ରାଜ୍ୟ ସରକାର ଅବହେଳା କରିଛନ୍ତି। ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏ ଭିତରେ ଦୁଇବର୍ଷ ବିତି ଯାଇଥିଲେ ବି ଦୂତିଙ୍କୁ ଘର ଖଣ୍ଡିଏ ମିଳିନାହିଁ।  ରିଓ ଅଲିମ୍ପିକରେ ଭାଗ ନେଇ ସାରା ଓଡ଼ିଶାକୁ ଗର୍ବିତ କରିଥିବା ଏହି ଆଥଲେଟ୍‌ ଏବେ ନିଜର କ୍ଷୋଭକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। […]

dutee

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 01:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରିଓ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ ରାଜ୍ୟ ସରକାର ଅବହେଳା କରିଛନ୍ତି। ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏ ଭିତରେ ଦୁଇବର୍ଷ ବିତି ଯାଇଥିଲେ ବି ଦୂତିଙ୍କୁ ଘର ଖଣ୍ଡିଏ ମିଳିନାହିଁ।  ରିଓ ଅଲିମ୍ପିକରେ ଭାଗ ନେଇ ସାରା ଓଡ଼ିଶାକୁ ଗର୍ବିତ କରିଥିବା ଏହି ଆଥଲେଟ୍‌ ଏବେ ନିଜର କ୍ଷୋଭକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଜମି ଖଣ୍ଡିଏ ପାଇଁ ଆଉ କେତେ ଦିନ ସେ ଅପେକ୍ଷା କରିବେ ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟର ୫ ଜଣ ଆଥଲେଟଙ୍କୁ ଘର ଏବଂ ଜାଗା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିବା ଚିଠି ସହ ନିଜର ଟାଇମ ଲାଇନରେ କ୍ଷୋଭ ପ୍ରକାଶ କରିଛନ୍ତି ଦୂତି ଚାନ୍ଦ।

ଆନ୍ତର୍ଜାତିକସ୍ତରରେ ଭଲ ପ୍ରଦର୍ଶନ କରିଥିବା ୫ଜଣ ଆଥଲେଟ୍ ପୁର୍ଣ୍ଣିମା ହେମ୍ବ୍ରମ୍, ଦୂତି ଚାନ୍ଦ, ଜଉନା ମୁର୍ମୁ, ଅମୀୟ କୁମାର ମଲ୍ଲିକ ଓ ଶ୍ରାବଣୀ ନନ୍ଦଙ୍କୁ  ଭୁବନେଶ୍ୱରରେ ଜମି କିମ୍ବା ଘର ଯୋଗାଇଦେବାକୁ ନିର୍ଦ୍ଦେଶ ରହିଥିଲା।

Related story