ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାର ଦେବେ ଦେଢ଼ କୋଟି ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏସିଆନ୍ ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଦୂତୀ ଚାନ୍ଦଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କୁ ପୁରସ୍କାର ବାବଦକୁ ଦେଢ଼ କୋଟି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘୋଷଣା କରିଛନ୍ତି। ୨୦ ବର୍ଷ ପରେ ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ଦୂତୀ। ତା’ପୂର୍ବରୁ ୧୯୯୮ ଏସିଆନ୍ ଗେମ୍‌ସରେ ଓଡ଼ିଆ ଆଥ୍‌ଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ ଏହି […]

dutee

Jitendra Garnayak
  • Published: Monday, 27 August 2018
  • , Updated: 27 August 2018, 08:27 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଏସିଆନ୍ ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଦୂତୀ ଚାନ୍ଦଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କୁ ପୁରସ୍କାର ବାବଦକୁ ଦେଢ଼ କୋଟି ଟଙ୍କା ଦିଆଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘୋଷଣା କରିଛନ୍ତି।

୨୦ ବର୍ଷ ପରେ ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ଦୂତୀ। ତା’ପୂର୍ବରୁ ୧୯୯୮ ଏସିଆନ୍ ଗେମ୍‌ସରେ ଓଡ଼ିଆ ଆଥ୍‌ଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ ଏହି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ।

Related story