Advertisment

ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ପ୍ରତି ପଞ୍ଚାୟତକୁ ମିଳିବ ୫ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ଗାଁ ଗହଳିରେ ବ୍ୟାପିବାକୁ ରୋକିବା ଓ ଏହାର ପ୍ରତିଷେଧକ ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତସ୍ତରରେ ଗୋଟିଏ ଲେଖାଏ ହୋମ୍ କ୍ୱାରେଣ୍ଟାଇନ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି ‘କରୋନା’ ସଂକ୍ରାନ୍ତ ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ […]

ଅଦ୍ୟତନ ହୋଇଛି
ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ପ୍ରତି ପଞ୍ଚାୟତକୁ ମିଳିବ ୫ ଲକ୍ଷ ଟଙ୍କା

panchayat

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ଗାଁ ଗହଳିରେ ବ୍ୟାପିବାକୁ ରୋକିବା ଓ ଏହାର ପ୍ରତିଷେଧକ ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତସ୍ତରରେ ଗୋଟିଏ ଲେଖାଏ ହୋମ୍ କ୍ୱାରେଣ୍ଟାଇନ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି ‘କରୋନା’ ସଂକ୍ରାନ୍ତ ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି।

Advertisment

ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ଭାବେ ବ୍ଲକସ୍ତରରେ ହୋମ କ୍ୱାରେଣ୍ଟାଇନ ସୁବିଧା ନିମନ୍ତେ ଚିହ୍ନଟ ହୋଇଥିବା ସୁରକ୍ଷିତ ଗୃହଗୁଡ଼ିକ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୫ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି। ଆସନ୍ତା ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ଜନପ୍ରତିନିଧିମାନଙ୍କୁ ‘କରୋନା’ ବ୍ୟାପିବାକୁ ରୋକିବା ଓ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ଦିଗରେ ଆଲୋଚନା ପାଇଁ ବୈଠକ ଡକାଯାଇଛି। ୧୯ ତାରିଖରେ ଗ୍ରାମପଞ୍ଚାୟତସ୍ତରରେ ନିର୍ବାଚିତ ଜନପ୍ରତିନିଧି, ୨୦ରେ ପଞ୍ଚାୟତସମିତିସ୍ତରରେ ଓ ୨୧ତାରିଖରେ ଜିଲ୍ଲା ପରିଷଦ ପାଇଁ ସଚେତନତା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ସମ୍ପର୍କରେ ସେମାନଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଯିବ। ବୟସ୍କ ଲୋକମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଘରେ ବିନା ବାୟୋମେଟ୍ରିକରେ ମଧ୍ୟ ରାସନ ସାମଗ୍ରୀ ଯୋଗାଇ ଦିଆଯିବ।

ସେହିପରି ରାଜ୍ୟର ଆଶ୍ରମ ସ୍କୁଲଗୁଡ଼ିକରେ ଛାତ୍ରାବାସରେ ୫.୭୫ଲକ୍ଷ ଅନ୍ତେବାସୀ ଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଘରକୁ ନପଠାଯାଇ ହଷ୍ଟେଲରେ ରଖାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନିୟମିତ ନିରୀକ୍ଷଣ କରାଯାଉଛି ବୋଲି ଶ୍ରୀ ବାଗଚୀ କହିଛନ୍ତି। ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥିତ ଡାକ୍ତରଖାନା ଓ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ଆଇସୋଲେସନ୍ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ହେଲପଲାଇନ୍ ଟୋଲ ଫ୍ରି ନମ୍ବର-୧୦୪କୁ ଗତ ୨୪ଘଣ୍ଟା ମଧ୍ୟରେ ୧୦ହଜାରରୁ ଅଧିକ କଲ ଆସିଥିବାରୁ ଏହାର କଲ ରିସିଭ୍ କରିବା କ୍ଷମତାକୁ ୫୦ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି। ଏହି କଲ ସେଣ୍ଟରର କଳେବର ବୃଦ୍ଧି ସହ ଏହାକୁ ବ୍ୟାପକ କରିବା ପାଇଁ ସ୍ୱତନ୍ତ୍ର ଭାବେ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କୁ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe