ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଭୂମିକମ୍ପ। ମୃଦୁ କମ୍ପନରେ ହାଲକାଭାବେ ଥରିଲା ରାୟଗଡ଼ାର କାଶୀପୁର ଅଞ୍ଚଳ। ଭୂମିକମ୍ପନର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। ଆଜି ଦିନ ୪ଟା ୪୦ ମିନିଟ୍ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି।
https://twitter.com/ANI/status/1275050838948372481?s=20
ଏନେଇ ଭୂକମ୍ପ ସମ୍ପର୍କିତ ଗବେଶଣା କରୁଥିବା ନ୍ୟାସନାଲ ସେଣ୍ଟର ଫର ସେସିମୋଲୋଜି ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାବ ବେଶୀ ଜୋର ନଥିବାରୁ ଏନେଇ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ଆସି ନାହିଁ।