ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ନୟାଗଡ଼: ଭୂମିକମ୍ପ ନ ଥିଲା କି ଆଉ କିଛି ଦୈବ ଦୁର୍ବିପାକ ନ ଥିଲା। କିନ୍ତୁ ପ୍ରଚଣ୍ଡ ଶବ୍ଦ ହେବା ସହ ରାସ୍ତାଫାଟି ଦୁଇଫାଳ ହୋଇଗଲା। ଫଳରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସିଲେ। ଭୂମିକମ୍ପ ଭାବି ଲୋକେ ଦୌଡ଼ାଦୌଡ଼ି କରିବା ସହ ଘରୁ ବାହାରି ଆସିଲେ। ଆଜି ଏମିତି କିଛି ଦୃଶ୍ୟ ନୟାଗଡ଼ର ଫତେଗଡ଼ ଥାନା ପଦ୍ମାବତୀ ଗାଁରେ ଦେଖିବାକୁ ମିଳିଥିଲା।</p> <p><a href="">(image) </a>ସୂଚନା ଅନୁଯାୟୀ, ପଦ୍ମାବତୀ ଗାଁ ରାସବିହାରୀ ମନ୍ଦିର ନିକଟରେ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଥିଲା। ଏହି ପ୍ରଚଣ୍ଡ ଶବ୍ଦ ସହ ରାସ୍ତା ମଧ୍ୟ ଫାଟି ଦୁଇଫାଳ ହୋଇଯାଇଥିଲା। ତେବେ କେଉଁ କାରଣରୁ ପ୍ରଚଣ୍ଡ ଶବ୍ଦ ଓ ରାସ୍ତା ଫାଟିଲା ତାହା ସ୍ପଷ୍ଟ ହୋଇନି।</p> <p>https://youtu.be/4m4rs7CrTfM</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।