ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ, ଖାଦ୍ୟ ଘରୁ ଆଣିବାକୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ-ନୂଆଦିଲ୍ଲୀ ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ଆଜିଠାରୁ ପୁରୀରୁ ଛାଡ଼ିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଯାତ୍ରୀମାନେ ନିଜ ନିଜ ଖାଦ୍ୟ ବ୍ୟବସ୍ଥା କରି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ନିଜ ନିଜ ଖାଦ୍ୟ ବ୍ୟବସ୍ଥା କରିବାକୁ ଇଷ୍ଟକୋଷ୍ଟ ରେଲୱେ ସୂଚନା ଦିଆଯାଇଛି। .@RailMinIndia #Unite2FightCorona Pantry Car Service in Puri-New Delhi-Puri Purusottam Special […]

rail

rail

Manoranjan Sial
  • Published: Wednesday, 28 April 2021
  • Updated: 28 April 2021, 10:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ-ନୂଆଦିଲ୍ଲୀ ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ଆଜିଠାରୁ ପୁରୀରୁ ଛାଡ଼ିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଯାତ୍ରୀମାନେ ନିଜ ନିଜ ଖାଦ୍ୟ ବ୍ୟବସ୍ଥା କରି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ନିଜ ନିଜ ଖାଦ୍ୟ ବ୍ୟବସ୍ଥା କରିବାକୁ ଇଷ୍ଟକୋଷ୍ଟ ରେଲୱେ ସୂଚନା ଦିଆଯାଇଛି।

https://twitter.com/EastCoastRail/status/1387394788912107522?s=20

କରୋନା ମହାମାରୀ ଭାରତରେ ଉଗ୍ର ରୂପରେ ମାଡ଼ି ଚାଲିଛି। ଏହି ସମୟରେ ପ୍ରବାସୀଙ୍କୁ ଆଣିବାରେ ଭାରତୀୟ ରେଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରବାସୀଙ୍କ ପାଇଁ ଭାରତୀୟ ରେଳ ଚଲାଇଥିଲା ପ୍ରବାସୀ ଟ୍ରେନ୍‌। ଏହା ମାଧ୍ୟମରେ ବହୁ ପ୍ରବାସୀ ଘରକୁ ଫେରିପାରିଥିଲେ। କରୋନାର କୋପ କମିବା ପରେ ପୁଣି ଥରେ ପ୍ରବାସୀ କାର୍ଯ୍ୟସ୍ଥଳକୁ ଫେରିଥିଲେ। ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବାରୁ ଲକ୍‌ଡାଉଟ୍‌ ଓ ଶଟ୍‌ଡାଉନ୍‌ ପାଇଁ ପ୍ରବାସୀମାନେ ଘରକୁ ଫେରିଛନ୍ତି। ପୁରଷୋତ୍ତମ ଏକ୍ସପ୍ରେସରେ ଘରକୁ ଫେରୁଥିବା ପ୍ରବାସୀଙ୍କ  ପାଇଁ କ୍ୟାଟରିଂ ବନ୍ଦ ବ୍ୟସ୍ଥା ବନ୍ଦ କରାଯାଇଛି। ଯାତ୍ରୀମାନେ ଘରୁ ଖାଦ୍ୟ ଆଣିବାକୁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୨୩୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୩୬୩୦୭ରେ ପହଞ୍ଚିଛି। ସେହିପରି ଦେଶରେ ଆରୋଗ୍ୟ ହାର ୮୨.୫୪ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୨୭୭୧ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧୯୭୮୯୪ରେ ପହଞ୍ଚିଛି। ଦେଶର ରାଜଧାନୀ ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, କେରଳ ଓ କର୍ଣ୍ଣାଟକ ପରି ରାଜ୍ୟର ସ୍ଥିତି ସଙ୍ଗୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos