ଔରଙ୍ଗାବାଦ ଟ୍ରେନ୍ ଟ୍ରାଜେଡି ପରେ ରେଲୱେ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କୋରଡ଼ା ମାଡ଼ରେ ଯଦି କିଏ ବେଶୀ ହନ୍ତସନ୍ତ ହେଉଛନ୍ତି, ସେ ହେଉଛନ୍ତି ଶ୍ରମିକ ଗୋଷ୍ଠୀ। ଭୟଙ୍କର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ସେମାନେ । ତେଣୁ ଏବେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଶହ ଶହ ମାଇଲ୍ ବାଟ ଚାଲୁଛନ୍ତି ଖଟିଖିଆ ମଣିଷମାନେ। ସେପଟେ ଔରଙ୍ଗାବାଦ ଟ୍ରେନ୍ ଟ୍ରାଜେଡି ଭଳି ବେଦନାଦାୟକ ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ରେଲେୱେ। ମହାରାଷ୍ଟ୍ରରେ […]

6nm-1

Tapas Behera
  • Published: Saturday, 09 May 2020
  • , Updated: 09 May 2020, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କୋରଡ଼ା ମାଡ଼ରେ ଯଦି କିଏ ବେଶୀ ହନ୍ତସନ୍ତ ହେଉଛନ୍ତି, ସେ ହେଉଛନ୍ତି ଶ୍ରମିକ ଗୋଷ୍ଠୀ। ଭୟଙ୍କର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ସେମାନେ । ତେଣୁ ଏବେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଶହ ଶହ ମାଇଲ୍ ବାଟ ଚାଲୁଛନ୍ତି ଖଟିଖିଆ ମଣିଷମାନେ। ସେପଟେ ଔରଙ୍ଗାବାଦ ଟ୍ରେନ୍ ଟ୍ରାଜେଡି ଭଳି ବେଦନାଦାୟକ ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ରେଲେୱେ।

ମହାରାଷ୍ଟ୍ରରେ ମୃତ୍ୟୁର ମହାତାଣ୍ଡବ। ଔରଙ୍ଗାବାଦ୍ରେ ଲୌହଦାନବର ରକ୍ତଭୋଜିରେ ଚାଲିଗଲା ନୀରିହ ଖଟିଖିଆଙ୍କ ଜୀବନ। ତଥାପି ଚାଲିଛି ଶ୍ରମିକଙ୍କ ସଂଘର୍ଷର ଯାତ୍ରା। ପାଦରେ ଚାଲି ଚାଲି ଘରକୁ ବାହୁ ବାହୁଡୁଛନ୍ତି  ହଜାର ହଜାର ଶ୍ରମିକ । ଆଉ ଏପଟେ କାହା ଯାତ୍ରା ଅନୁଗୁଳରୁ ବିଳାସପୁର ତ ଆଉ କାହା ଯାତ୍ରା ବିଶାଖାପାଟଣାରୁ ପଶ୍ଚିମବଙ୍ଗ ମେଦିନିପୁର । ଭୁବନେଶ୍ୱର ଜୟଦେବବିହାର ଅଞ୍ଚଳର ରାସ୍ତାକଡ଼ ଗଛମୂଳେ ଥକ୍କା ମେଣ୍ଟାଉଥିବା ପଶ୍ଚିମବଙ୍ଗର କିଛି ଯୁବକମାନେ ବିଶାଖାପାଟଣାର ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀରେ କାମ କରୁଥିଲେ। ୩ ଦିନ ତଳୁ ବାହାରିଥିବା ଏହି ଶ୍ରମିକମାନେ କିଛି ବାଟ ଟ୍ରଲିରେ ଆସିବା ପରେ ଚାଲି ଚାଲି ଆଜି ଭୁବନେଶ୍ୱରରେ ପହଞ୍ଚିଥିଲେ।

ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ପରଠୁ ଦେଶବ୍ୟାପୀ ବନ୍ଦ ହୋଇଯାଇଛି କାମଧନ୍ଦା। ଫଳରେ ରାଜ୍ୟ ବାହାରକୁ ଦାଦନ ଯାଇଥିବା ଶ୍ରମିକଙ୍କୁ ଘରଭଡ଼ା ତ ଦୂରର କଥା, ଖାଇବାକୁ ବି ଠିକ୍ରେ ମିଳୁନି । ତେଣୁ ଭିଟାମାଟିକୁ ଫେରିବା ପାଇଁ ରାତି ଦିନ ଦେଶବ୍ୟାପି ଏମିତି ବାଟ ଚାଲୁଛନ୍ତି ଶ୍ରମିକମାନେ । ଆଉ ଯିଏ ଯେଉଁଠି ଥକି ପଡୁଥିଲେ, ଗଛମୂଳ ହେଉ କି ଟ୍ରେନ୍ ଟ୍ରାକ୍ । ସେଠି ବିଶ୍ରାମ ନେଉଥିଲେ। ପରିଣାମ ସ୍ୱରୂପ ମହାରାଷ୍ଟ୍ର ଔରଙ୍ଗାବାଦରେ ଘଟିଥିଲା ହୃଦୟ ବିଦାରକ ଘଟଣା । ତଥାପି ଚାଲି ଚାଲି ଫେରିବାରେ ଲାଗିଛନ୍ତି ଶ୍ରମିକ । ତେଣୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆଣିବା ବ୍ୟବସ୍ଥା ସହ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇବା ଦରକାର ବୋଲି ଦାବି କରିଛି ଶ୍ରମିକ ସଂଘ।

ସେପଟେ ଔରଙ୍ଗାବାଦ୍ ଟ୍ରାଜେଡ଼ି ପରେ ଟ୍ରାକ୍‌ରେ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କ ନିରାପତ୍ତାକୁ ଦେଖି ଗାଇଡଲାଇନ୍ ଜାରି କରିଛି ପୂର୍ବତଟ ରେଳପଥା ଅନଧିକୃତ ଭାବେ ଟ୍ରେନ୍ ଟ୍ରାକ୍‌ରେ ଚାଲିବା ଦଣ୍ଡନୀୟ ଅପରାଧ । କିଏ ଏଭଳି ଚାଲୁଥିଲେ RPFକୁ ଜଣାଇବାକୁ ଟ୍ରାକ୍‌ମ୍ୟାନ୍, ବ୍ରିଜ୍ ମରାମତି ଷ୍ଟାଫ୍, ଷ୍ଟେସନ୍ ମାଷ୍ଟରଙ୍କୁ ରେଲୱେ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି RPF ସିକ୍ୟୁରିଟି ହେଲପ୍ ଲାଇନ୍ ନମ୍ବର ୧୮୨ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

Related story