ଉପନିର୍ବାଚନ ପାଇଁ ସବୈତନିକ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ତାରିଖରେ ସବୈତନିକ ଛୁଟି ମିଳିବ। ସମ୍ପୃକ୍ତ ଦୁଇ ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କଲେଜ, ସ୍କୁଲ ଓ ଶିକ୍ଷାନୁଷ୍ଠାନ ଇତ୍ୟାଦି ସଂସ୍ଥା ବନ୍ଦ ରହିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖି କର୍ମଚାରୀଙ୍କୁ ନଭେମ୍ବର ୩ତାରିଖକୁ ସର୍ବେତନିକ ଛୁଟି ଭାବେ ଘୋଷଣା କରିଛନ୍ତି। ସେହିପରି ବାଲେଶ୍ୱର ଓ […]

evm-1..

evm-1..

Manoranjan Sial
  • Published: Friday, 30 October 2020
  • Updated: 30 October 2020, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ତାରିଖରେ ସବୈତନିକ ଛୁଟି ମିଳିବ। ସମ୍ପୃକ୍ତ ଦୁଇ ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କଲେଜ, ସ୍କୁଲ ଓ ଶିକ୍ଷାନୁଷ୍ଠାନ ଇତ୍ୟାଦି ସଂସ୍ଥା ବନ୍ଦ ରହିବ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସମସ୍ତ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖି କର୍ମଚାରୀଙ୍କୁ ନଭେମ୍ବର ୩ତାରିଖକୁ ସର୍ବେତନିକ ଛୁଟି ଭାବେ ଘୋଷଣା କରିଛନ୍ତି।

ସେହିପରି ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଯେଉଁ ଭୋଟରମାନେ ନିର୍ବାଚନମଣ୍ଡଳୀ ବାହାରେ ଚାକିରି କରୁଛନ୍ତି, ସେମାନେ ମଧ୍ୟ ଭୋଟ ଦେବା ପାଇଁ ଛୁଟି ନେଇପାରିବେ। ଏଥିପାଇଁ ସମ୍ପୃକ୍ତ କର୍ମଚାରୀମାନେ ନିର୍ବାଚନ ଅନୁଷ୍ଠିତ ହେଉଥିବା ନିର୍ବାଚନମଣ୍ଡଳୀର ଭୋଟର ବୋଲି ପ୍ରମାଣିତ କରିବା ସହ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେଇ ଭୋଟ ଦେଇପାରିବେ।

ସେହିପରି ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯେଉଁ କର୍ମଚାରୀମାନେ ୩ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବେ, ସେହି କର୍ମଚାରୀମାନଙ୍କ ନିମନ୍ତେ ଗୋଟିଏ ଦିନ ସ୍ପେଶାଲ କାଜୁଆଲ ଲିଭ୍ ସେହିବର୍ଷ ନେବାକୁ ଅନୁମତି ଦିଆଯିବ। ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମ୍ପୃକ୍ତ କର୍ମଚାରୀମାନେ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରମାଣିତ ହେଲେ ସ୍ୱତନ୍ତ୍ର କାଜୁଆଲ ଲିଭ୍ ନେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos