ମୃତ୍ୟୁକୁ ଚ୍ୟାଲେଞ୍ଜ ଦେଉଛି ଇକମୋ, ନୂଆ ଜୀବନ ପାଇ ଫେରିଲେ ସଞ୍ଜୟ

କଟକ/ବାସୁଦେବପୁର(ଓଡ଼ିଶା ରିପୋର୍ଟର) ଗୁରୁତର କରୋନା ରୋଗୀଙ୍କୁ ଅକସ୍ମାତ୍ ଦରକାର ପଡୁଛି ଇକମୋ ଚିକିତ୍ସା । ଯାହାକି ଅତ୍ୟନ୍ତ ବ୍ୟୟବହୁଳ। ତେବେ ଓଡ଼ିଶାରୁ କୋଲକାତା ଓ ଚେନ୍ନାଇକୁ ଯାଇଥିବା କିଛି ରୋଗୀଙ୍କ କିଭଳି ଅଛି ସ୍ୱାସ୍ଥ୍ୟବସ୍ଥା ତାହା ଜାଣିବାକୁ ସମସ୍ତଙ୍କ ଇଚ୍ଛା ଥିବାବେଳେ ନୂଆଜୀବନ ପାଇ ଘରକୁ ଫେରିଥିବା କଟକର ଜଣେ ବ୍ୟବସାୟୀ କହିଛନ୍ତି ତାଙ୍କ ପାଇଁ ଏହା ଥିଲା ବରଦାନ ସଦୃଶ। ତେଣେ ଭଦ୍ରକ ବାସୁଦେବପୁରର ନବ ବିବାହିତ ଅଭିଷେକ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥାରେ ବି ଉନ୍ନତି ଘଟୁଥିବା […]

7901

7901

Tapas Behera
  • Published: Tuesday, 06 July 2021
  • Updated: 06 July 2021, 08:00 PM IST

Sports

Latest News

କଟକ/ବାସୁଦେବପୁର(ଓଡ଼ିଶା ରିପୋର୍ଟର) ଗୁରୁତର କରୋନା ରୋଗୀଙ୍କୁ ଅକସ୍ମାତ୍ ଦରକାର ପଡୁଛି ଇକମୋ ଚିକିତ୍ସା । ଯାହାକି ଅତ୍ୟନ୍ତ ବ୍ୟୟବହୁଳ। ତେବେ ଓଡ଼ିଶାରୁ କୋଲକାତା ଓ ଚେନ୍ନାଇକୁ ଯାଇଥିବା କିଛି ରୋଗୀଙ୍କ କିଭଳି ଅଛି ସ୍ୱାସ୍ଥ୍ୟବସ୍ଥା ତାହା ଜାଣିବାକୁ ସମସ୍ତଙ୍କ ଇଚ୍ଛା ଥିବାବେଳେ ନୂଆଜୀବନ ପାଇ ଘରକୁ ଫେରିଥିବା କଟକର ଜଣେ ବ୍ୟବସାୟୀ କହିଛନ୍ତି ତାଙ୍କ ପାଇଁ ଏହା ଥିଲା ବରଦାନ ସଦୃଶ। ତେଣେ ଭଦ୍ରକ ବାସୁଦେବପୁରର ନବ ବିବାହିତ ଅଭିଷେକ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥାରେ ବି ଉନ୍ନତି ଘଟୁଥିବା ତାଙ୍କ ବାପା କହିଛନ୍ତି।

କଟକର ଯୁବ ବ୍ୟବସାୟୀ ସଞ୍ଜୟ ଅଗ୍ରଓ୍ୱାଲ୍ କୋଲକାତାର ମେଡିକୋ ହସ୍ପିଟାଲରେ ମାସେ ପାଖାପାଖି ଇକମୋ ଚିକିତ୍ସାରେ ରହି ଘରକୁ ଫେରିଥିବା ସଞ୍ଜୟଙ୍କ ଜୀବନ-ମରଣ ସହ ସଂଘର୍ଷର କାହାଣୀ ବି କିଛି କମ୍ ଘଟଣା ବହୁଳ ନଥିଲା । ମେ ପହିଲାରେ କରୋନାରେ ଅକ୍ରାନ୍ତ ହୋଇଥିଲେ ସଞ୍ଜୟ ୯ରେ ଅକ୍ସିଜେନ ଲେବଲ୍ ଅକସ୍ମାତ୍ କମିବାରୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲ ଓ ପରେ ଭୁନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଭେଣ୍ଟିଲେଟରରେ ଅବସ୍ଥା ନସୁଧୁରିବାରୁ ଡାକ୍ତର ଇକମୋ ଚିକିତ୍ସା ପାଇଁ ଚରମବାଣୀ ଶୁଣାଇଥିଲେ । ଏକଥା ଶୁଣି ଜୁନ୍ ୪ରେ ଏୟାରଲିଫ୍ଟିଂ କରି କୋଲକାତାର ମେଡିକୋ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ। ବ୍ୟବବହୁଳ ହୋଇଥିଲେ ବି ସେଠି ସଠିକ୍ ଚିକିତ୍ସା ମିଳିଥିବା ଥର ଥର କଣ୍ଠରେ କହି ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଛନ୍ତି ସଞ୍ଜୟ । ଆଉ ତାଙ୍କ ସାନ ଭାଇ କହିଛନ୍ତି, ଆମ ପରିଶ୍ରମ ସଫଳ ହୋଇଛି।

ସେହିପରି ସମସ୍ତଙ୍କ ଜିଜ୍ଞାସା, କେମିତି ଅଛନ୍ତି ଇକମୋ ଚିକିତ୍ସାରେ ଥିବା ଭଦ୍ରକ ବାସୁଦେବପୁରର ନବ ବିବାହିତ ଅଭିଷେକ ମହାପାତ୍ର ? କେତେ ପରିମାଣରେ ସୁସ୍ଥ ହେଲେଣି ? କେବେ ଘରକୁ ଫେରିବେ ? ଏମିତି ଅନେକ କଥା ଜାଣିବାକୁ ଇଚ୍ଛା କରୁଥିବା ବଦାନ୍ୟ ବ୍ୟକ୍ତି ହୁଅନ୍ତୁ କି ତାଙ୍କ ସମ୍ପର୍କୀୟ ଅବା ସାଙ୍ଗସାଥୀ ସୂଚନା ପାଇଁ ମନ୍ଦାରୀ ଗାଁ ସ୍ଥିତ ଅଭିଷେକଙ୍କ ଘରକୁ ଯାଇଥିଲେ ଆମ ପ୍ରତିନିଧି । ସେତେବେଳେ ପୁଅର ଆଶୁ ଆରୋଗ୍ୟ ମନାସି ଠାକୁରଙ୍କୁ ମୁଣ୍ଡିଆ ମାରୁଥିଲେ ବାପା ଯଦୁନାଥ।  କହିଥିଲେ, ଅଭିଷେକ ୪-୫ଦିନ ହେଲା ଭଲ ସ୍ଥିତିକୁ ଫେରୁଛନ୍ତି ମାଆଙ୍କୁ ଚିହ୍ନିଲେଣି, ଉଠି ବସିଲେଣି । ତେବେ ଡାକ୍ତର କହୁଛନ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଦୁଇ ମାସ ପାଖପାଖି ଲାଗି ପାରେ। କିନ୍ତୁ ସବୁ ଇଶ୍ୱରଙ୍କ ଇଚ୍ଛା । ବିବାହର ମାତ୍ର ୮ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡିଥିଲେ।  ଅଭିଷେକ ତାଙ୍କ ଇକମୋ ଚିକିତ୍ସା ଲାଗି ପତ୍ନୀ ମୌସୁମୀ ସାହାଯ୍ୟ ପାଇଁ ସୋସିଆଲ୍ ମିଡିଆରେ ଆକୁଳ ନିବେଦନ କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସବୁଆଡୁ ଲମ୍ବିଥିଲା ସହାୟତାର ହାତ ଯାହାଫଳରେ ଅଭିଷେକଙ୍କୁ ଜୁନ୍ ୯ ତାରିଖରେ ଏୟାରଲିଫ୍ଟିଂ କରାଯାଇ କୋଲକାତା ନିଆଯାଇଥିଲା।

ଇକମୋ ଚିକିତ୍ସା କାହାପାଇଁ ବରଦାନ, ତ କାହାପାଇଁ ହେଉନି ଫଳପ୍ରଦ । ଏଇ ଯେମିତି ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର କୋଲକାତାରେ ଇକମୋ ଚିକିତ୍ସାରେ ଥିବାବେଳେ ପରଲୋକ ଘଟିଛି । ଠିକ୍ ସେମିତି ଗତ ୪ ତାରିଖ ଦିନ ଗଂଜାମ ଜିଲ୍ଲାର ଜନୈକ ରୋଗୀଙ୍କର ମଧ୍ୟ ସେଠାରେ ମୃତ୍ୟୁ। ଘଟିଥିବା ସୂଚନା ମିଳିଛି ତେବେ ବ୍ରହ୍ମପୁରରୁରୁ ଚେନ୍ନାଇ ଯାଇଥିବା ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ଘଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos