ଆଠଗଡ଼(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡ ଠାରେ ଇକୋ ରିଟ୍ରିଟ୍ ଶୁଭାରମ୍ଭ ହୋଇଛି । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ , କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭରଚୁଆଲ ଉଦଘାଟନ ହୋଇଛି । କଟକ ଜିଲ୍ଲାପାଳ ଭବାନି ଶଙ୍କର ଚଇନି , ବିଧାୟକ ଦେବୀ ପ୍ରସାଦ ମିଶ୍ର ଫିତା କାଟି ଇକୋ ଟ୍ରିଟ୍ର ୨୭ଟି କଟେଜର ଶୁଭାରମ୍ଭ କରିଛନ୍ତି। ମହାନଦୀ କୂଳେକୂଳେ ଦିବା ଝରଣା , ମନ୍ଦିର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଆନନ୍ଦ ନେବେ ପର୍ଯ୍ୟଟକ । ଗତବର୍ଷ କୋଣାର୍କ ଚନ୍ଦ୍ରଭାଗାରେ ଇକୋ ରିଟ୍ରିଟ୍ ଆରମ୍ବ ହୋଇଥିବା ବେଳେ ଚଳିତ ବର୍ଷ ସାତକୋଶିଆ ବାଲିପୁଟ ସମେତ ରାଜ୍ୟର କୋଣାର୍କ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଏହା ଆରମ୍ଭ ହୋଇଛି । ଏଥିପାଇଁ ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରିପାରିବେ। କଟକ ଜିଲ୍ଲାରେ ପ୍ରଥମ ତଥା ନରସିଂହପୁର ବ୍ଲକର ବାଲିପୁଟରେ ଏହି ସେବା ଆରମ୍ଭ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।