ଦୋହଲିଗଲା ରାଜ୍ୟ ଅର୍ଥନୀତି: ଅଭିବୃଦ୍ଧି ହାର, ମୁଣ୍ଡପିଛା ଆୟ କମିଲା

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ରାଜ୍ୟର ଗୋଲାପୀ ଅର୍ଥନୀତିକୁ ଦୋହଲାଇ ଦେଇଛି। ସରକାରଙ୍କ ଆଖିଦୃଶିଆ ତ୍ୱରିତ୍ ପଦକ୍ଷେପ ଯୋଗୁ ରାଜ୍ୟର ଅର୍ଥନୀତି ଠିକ୍ ଅଛି ବୋଲି ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାର ଦାବି କରିଥିଲେ ମଧ୍ୟ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୦-୨୧ ଏହି ଗୁମରକୁ ପଦାରେ ପକାଇଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଏସଡିପି)ର ଆକାର ୧୧ ଲକ୍ଷ ୭୦ହଜାର ୦୩୬କୋଟି ଟଙ୍କା କମିବ ବୋଲି ଆକଳନ କରାଯାଇଥିବାବେଳେ ଆର୍ଥିକ ଅଭିବୃଦ୍ଧି ହାର ନେଗେଟିଭ୍ ୪.୯୨ % […]

odisha

odisha

Manoranjan Sial
  • Published: Saturday, 20 February 2021
  • Updated: 20 February 2021, 08:24 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ରାଜ୍ୟର ଗୋଲାପୀ ଅର୍ଥନୀତିକୁ ଦୋହଲାଇ ଦେଇଛି। ସରକାରଙ୍କ ଆଖିଦୃଶିଆ ତ୍ୱରିତ୍ ପଦକ୍ଷେପ ଯୋଗୁ ରାଜ୍ୟର ଅର୍ଥନୀତି ଠିକ୍ ଅଛି ବୋଲି ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାର ଦାବି କରିଥିଲେ ମଧ୍ୟ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୦-୨୧ ଏହି ଗୁମରକୁ ପଦାରେ ପକାଇଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଏସଡିପି)ର ଆକାର ୧୧ ଲକ୍ଷ ୭୦ହଜାର ୦୩୬କୋଟି ଟଙ୍କା କମିବ ବୋଲି ଆକଳନ କରାଯାଇଥିବାବେଳେ ଆର୍ଥିକ ଅଭିବୃଦ୍ଧି ହାର ନେଗେଟିଭ୍ ୪.୯୨ % ରହିବ।

୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ମୋଟ ଜିଏସଡିପିର ୫.୨୧ % ଥିବାବେଳେ ୨୦୨୦-୨୧ରେ ଏହା ଏତେ ନିମ୍ନମୁଖୀ ହେବା ରାଜ୍ୟର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। କେବଳ ସେତିକି ନୁହେଁ ରାଜ୍ୟର ବାର୍ଷିକ ମୁଣ୍ଡପିଛା ଆୟ ମଧ୍ୟ ପ୍ରାୟ ୨୪୧୦ଟଙ୍କା କମିଛି। ରାଜ୍ୟର ଅର୍ଥନୀତିର ଆକାର କମିବା ଯୋଗୁ କୃଷି, ସାମାଜିକ ଓ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧିକୁ ଶକ୍ତ ଧକ୍କା ଲାଗିଛି। ସର୍ବଭାରତୀୟସ୍ତରରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୩.୩୮ ପ୍ରତିଶତ ଅଧିକ ରହିବ ବୋଲି ଆକଳନ କରାଯାଇଥିବାବେଳେ ଓଡ଼ିଶାର କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୬.୫୪ ପ୍ରତିଶତ ସଙ୍କୁଚିତ ହେବ। କରୋନା ମହାମାରୀରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ପୂର୍ବରୁ ଯେଉଁ ଆର୍ଥିକ ପରିଚାଳନା ଶୈଳୀ ଅପରିବର୍ତ୍ତିତ ରହିଛି।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୦-୨୧କୁ ଆଗତ କରିଛନ୍ତି। ଆସନ୍ତା ସୋମବାର ବାର୍ଷିକ ରାଜ୍ୟ ବଜେଟ ଆଗତ ହେବା ପୂର୍ବରୁ ଅର୍ଥନୀତିକ ସର୍ଭେ ରିପୋର୍ଟକୁ ସରକାର ଗୃହରେ ଉପସ୍ଥାପିତ କରି ରାଜ୍ୟର ଆର୍ଥିକ ସ୍ଥିତି ଯେ ଠିକ୍ ନାହିଁ ତା’ର ଚିତ୍ର ଦେଇଛନ୍ତି। ଅବଶ୍ୟ ସରକାରଙ୍କ ବିଭିନ୍ନ ନୀତି ଯୋଗୁ କେନ୍ଦ୍ରର ଅର୍ଥନୀତି ଭଳି ବିଶେଷ ପ୍ରଭାବିତ ହୋଇନାହିଁ ବୋଲି ସରକାର ଦାବି କରୁଛନ୍ତି।

ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ୨୦୧୨-୧୩ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ବାର୍ଷିକ ୭.୦୫ ପ୍ରତିଶତ ହାରରେ ଅଭିବୃଦ୍ଧି କରୁଥିବାବେଳେ ରହୁଥିବାବେଳେ ୨୦୧୯-୨୦ରେ ଏହି ଅଭିବୃଦ୍ଧି ୫.୨୧% ରହିଛି। ଯାହାକି ୨୦୨୦-୨୧ର ଆଡଭାନ୍ସ ଏଷ୍ଟିମେଟରେ ନେଗେଟିଭ୍ ୪.୯୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଅବଶ୍ୟ ୨୦୨୦-୨୧ରେ ଦେଶର ଅଭିବୃଦ୍ଧି ହାର ମାଇନସ ୭.୭% ରହିବ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଦେଶର ଅର୍ଥନୀତି ହାରାହାରି ୬.୬ ପ୍ରତିଶତ ହାରରେ ଅଭିବୃଦ୍ଧି କରୁଥିବାବେଳେ ରାଜ୍ୟର ଅର୍ଥନୀତି ୭.୦୫% ହାରରେ ଅଭିବୃଦ୍ଧି କରୁଥିଲା।

୨୦୧୯-୨୦ରେ ରାଜ୍ୟର ମୋଟ ଘରୋଇ ଉତ୍ପାଦର ଆକାର ୫,୨୧,୨୭,୪୬୫ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୫,୦୯,୫୭,୪୨୯କୋଟି ଟଙ୍କାକୁ ହ୍ରାସ ପାଇବ। ଯାହାକି ପ୍ରାୟ ୧୧ଲକ୍ଷ ୭୦ହଜାର କୋଟି ଟଙ୍କା କମ୍ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।
ସେହିପରି ରାଜ୍ୟର ମୁଣ୍ଡପିଛା ବାର୍ଷିକ ୨୦୨୦-୨୧ରେ ୧ଲକ୍ଷ ୨ହଜାର ୧୫୬ଟଙ୍କା ରହିବ ବୋଲି ଆକଳନ କରାଯାଇଛି । ଯାହାକି ୨୦୧୯-୨୦ ମସିହା ତୁଳନାରେ ୨୪୧୦ଟଙ୍କା କମ। ୨୦୧୧-୧୨ରେ ରାଜ୍ୟର ମୁଣ୍ଡପିଛା ଆୟ ୪୮୪୯୯ଟଙ୍କା ଥିବାବେଳେ ୨୦୧୯-୨୦ରେ ୧୧୫.୬୦% ବୃଦ୍ଧି ପାଇ ୨ଲକ୍ଷ ୪ହଜାର ୫୬୬ଟଙ୍କା ଥିଲା। ଓଡ଼ିଶାର ମୁଣ୍ଡପିଛା ଆୟରେ ୨.୩୦% ହ୍ରାସ ହୋଇଥିବାବେଳେ ଦେଶର ମୁଣ୍ଡପିଛା ଆୟ ହାରାହାରି ୫.୪୧% କମିଛି। ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମେଘାଳୟ,ମଧ୍ୟପ୍ରଦେଶ ଓ ଛତିଶଗଡ଼ ତୁଳନାରେ ୨୦୧୯-୨୦ରେ ଓଡ଼ିଶାର ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ଅଧିକ ରହିଥିଲା।

ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର କୃଷି, ଶିଳ୍ପ ଓ ସେବା କ୍ଷେତ୍ର ଯଥାକ୍ରମେ ରାଜ୍ୟ ଅର୍ଥନୀତିରେ ୨୧.୩୮%, ୩୭.୯୨% ଓ ୪୦.୭୦% ଯୋଗଦାନ ଦେଉଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ଯଥାକ୍ରମେ ୨୧.୨୭ %, ୩୬.୨୬% ଓ ୪୨.୪୭% ରହିବ ବୋଲି ଆକଳନ କରାଯାଇଛି। କୃଷି କ୍ଷେତ୍ରରେ ଯୋଗଦାନ ୬.୫୪ ପ୍ରତିଶତ ସଙ୍କୁଚିତ ହେବାକୁ ଥିବାବେଳେ ପ୍ରାଣୀସମ୍ପଦ ମାଇନସ୍ ୩୨.୯୭ ପ୍ରତିଶତ ରହିବ। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ଜିଡିପିକୁ ଶିଳ୍ପ କ୍ଷେତ୍ର ଓ ସେବା କ୍ଷେତ୍ରରେ ଭାଗିଦାରୀରେ ୮.୮୩ ପ୍ରତିଶତ ଓ ୩.୧୮ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। କୋଭିଡ୍‌, ବନ୍ୟା ଓ ବାତ୍ୟା ସହ କେତେକ ସ୍ଥାନରେ ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଏଭଳି ସ୍ଥିତି ରହିବ ବୋଲି ୨୦୨୦-୨୧ ଆର୍ଥିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ସେହିପରି ଚଳିତ ଆର୍ଥିକ ବର୍ଷ ଶେଷବେଳକୁ ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୩୭ହଜାର ୫୪୪କୋଟି ଟଙ୍କା ହେବ ଯାହାକି ମୋଟ ରାଜ୍ୟ ଜିଡିପିର ୨୨.୨ ପ୍ରତିଶତ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

କରୋନା ଯୋଗୁ ରାଜ୍ୟ ଅର୍ଥନୀତିର ଏଭଳି ବିପର୍ଯ୍ୟସ୍ତ ହୋଇଥିବା ନେଇ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବାବେଳେ ମହାମାରୀକୁ ପରିଚାଳନା କରିବାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଭାବଶାଳୀ ପ୍ରଶାସନିକ ପଦକ୍ଷେପ ଯୋଗୁ ଅର୍ଥନୀତି ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇନି ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story