ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଗଡ଼ିବ ୧୯୪ ଟ୍ରେନ୍‌

ପୁରୀ (ଓଡ଼ିଶା ରିପୋର୍ଟର): ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ। କେବଳ ସେତିକି ନୁହେଁ, ରେଳଯାତ୍ରୀଙ୍କ ପାଇଁ ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ। ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ଡିଆର୍‌ଏମ୍ ଶଶିକାନ୍ତ ସିଂହ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ଜୁଲାଇ ୪ ତାରିଖରେ ୩୦ଟି, ଜୁଲାଇ ୫ରୁ ୯ ତାରିଖ ମଧ୍ୟରେ ୪୮ଟି, […]

rail

Manoranjan Sial
  • Published: Wednesday, 26 June 2019
  • , Updated: 26 June 2019, 08:06 PM IST

ପୁରୀ (ଓଡ଼ିଶା ରିପୋର୍ଟର): ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ। କେବଳ ସେତିକି ନୁହେଁ, ରେଳଯାତ୍ରୀଙ୍କ ପାଇଁ ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ। ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ଡିଆର୍‌ଏମ୍ ଶଶିକାନ୍ତ ସିଂହ ସୂଚନା ଦେଇଛନ୍ତି।

ରଥଯାତ୍ରା ପାଇଁ ଜୁଲାଇ ୪ ତାରିଖରେ ୩୦ଟି, ଜୁଲାଇ ୫ରୁ ୯ ତାରିଖ ମଧ୍ୟରେ ୪୮ଟି, ୧୦ ତାରିଖ ସନ୍ଧ୍ୟା ଦର୍ଶନ ପାଇଁ ୧୦ଟି, ୧୨ ତାରିଖ ବାହୁଡାଯାତ୍ରା ପାଇଁ ୩୦ଟି ଓ ୧୩ ତାରିଖ ସୁନାବେଶ ପାଇଁ ୨୮ଟି ଟ୍ରେନ ଚଳାଚଳ କରିବ। ଏହି ସମୟରେ ଖୋର୍ଦ୍ଧା ନୟାଗଡ଼ ମଧ୍ୟରେ ଚାଲିବ ୪୮ଟି ସ୍ୱତନ୍ତ୍ର ଟ୍ରେନ। ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ରେଳ ବିଭାଗ। ଏଥିପାଇଁ ୫୩୮ ଆର୍‌ପିଏଫ୍‌, ୫୫୦ ଜିଆର୍‌ପି, ଆର୍‌ପିଏଫ୍‌ର ୯ ଜଣିଆ ମହିଳା ଦୁର୍ଗାବାହିନୀ ଯାତ୍ରୀ ସୁରକ୍ଷାର ଦାୟିତ୍ୱ ତୁଲାଇବେ।

ଅନ୍ୟପଟେ ପୁରୀ ଷ୍ଟେସନରେ ୭୩ ସିସିଟିଭି କ୍ୟାମେରା, ଭୁବନେଶ୍ୱରରେ ୩୮ ଓ କଟକରେ ୩୧ଟି କ୍ୟାମେରା ଲାଗିବ। ଦୁଇଟି ଡ୍ରୋନ କ୍ୟାମେରା, ୫ଟି ଡଗ୍‌ ସ୍କ୍ୱାଡ଼ ଯାତ୍ରୀ ସୁରକ୍ଷାରେ ନିୟୋଜିତ ହେବେ ବୋଲି ସୂଚନା ଦେଇଛନ୍ତି ଡିଆର୍‌ଏମ୍‌ ଶଶିକାନ୍ତ ସିଂହ।

ଅନ୍ୟପକ୍ଷରେ ରଥଯାତ୍ରା ସମୟରେ ଭିଡ଼କୁ କେମିତି ନିୟନ୍ତ୍ରଣ କରାଯିବ? ସେଥିପାଇଁ ଆଜି କରାଯାଇଛି ସ୍ୱତନ୍ତ୍ର ମକଡ୍ରିଲ। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ, ରେଡକ୍ରସ୍‌, ପୁଲିସ ଓ ଅଗ୍ନିଶମ ଏଥିରେ ସାମିଲ ହୋଇଥିଲେ।

ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ନିକଟରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ଖବର ଆସିଥିଲା। ଏମିତିକି ଦଳା ଚକଟା, ବଡ଼କୋଠା ଭୁଶୁଡିବା ଖବର ମଧ୍ୟ ପହଞ୍ଚିଥିଲା। ସାଇରନ୍‌ ବାଜିବା କ୍ଷଣି ପୁରୀ ଟାଉନଥାନା ପରିସରରେ ଥିବା ଇଣ୍ଟିଗ୍ରେଟେଡ୍‌ କଣ୍ଟ୍ରୋଲ ରୁମ୍‌ରେ ପ୍ରସ୍ତୁତ ହୋଇଗଲେ ସୁରକ୍ଷା ଟିମ୍‌। କେଇ ସେକେଣ୍ଡ ମଧ୍ୟରେ ଦମକଳ ବାହିନୀ, ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ, ପୁଲିସ, ଆମ୍ବୁଲାନ୍ସ ଓ ରେଡକ୍ରସ୍‌ ସ୍ୱେଚ୍ଛାସେବୀ ଲାଗି ପଡ଼ିଥିଲେ ଉଦ୍ଧାର କାର୍ଯ୍ୟରେ। ରେଡକ୍ରସ୍‌ ଟିମ୍‌ ଦଳଚକଟାରେ ମୃତାହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେହିଭଳି ସବୁ ବିଭାଗ ଉଚିତ ସମୟରେ ସଠିକ ଭାବେ କାର୍ଯ୍ୟ ତୁଲାଇ ପାରିଥିଲେ ବୋଲି ମକ୍‌ଡ୍ରିଲ୍‌ ପରେ ଜିଲ୍ଲାପାଳ କହିଛନ୍ତି।

Related story