ବନ୍ଧା ହେଲେ ଖଗେଶ୍ୱର, କାଲି ଉଠାଇ ନେଇଥିଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଧା ହେଲେ  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ର। ଗତକାଲି ଦିନ ସାରା ଖଗେଶ୍ୱରଙ୍କ ଘର ସମେତ ଶୋ’ ରୁମ୍‌ରେ ପଶି ତନାଘନା ଚଳାଇଥିବା ଇଡି ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଥିଲା । ଏହାପରେ ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିବା ଖଗେଶ୍ୱର ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିବା ପରେ ନିଜ ବ୍ୟବସାୟର କାୟା ମେଲାଇଥିଲେ।  ଏପରିକିକ […]

Khagaswar-Patra

Khagaswar-Patra

Niharika Rout
  • Published: Friday, 11 November 2022
  • Updated: 11 November 2022, 10:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଧା ହେଲେ  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପାତ୍ର। ଗତକାଲି ଦିନ ସାରା ଖଗେଶ୍ୱରଙ୍କ ଘର ସମେତ ଶୋ’ ରୁମ୍‌ରେ ପଶି ତନାଘନା ଚଳାଇଥିବା ଇଡି ସନ୍ଧ୍ୟାରେ ତାଙ୍କୁ ଉଠାଇ ନେଇଥିଲା । ଏହାପରେ ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିବା ଖଗେଶ୍ୱର ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିବା ପରେ ନିଜ ବ୍ୟବସାୟର କାୟା ମେଲାଇଥିଲେ।  ଏପରିକିକ ନିଜ ବ୍ୟବସାୟକୁ  ସେ ହଂସପାଳ ଉଠାଇ ନେଇ ସେଠାରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ ଶୋ’ ରୁମ୍‌ କରିଥିଲେ।

ଇଡିର ପ୍ରାଥମିକ ଅନୁସନ୍ଧାନରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ଖଗେଶ୍ୱରଙ୍କ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ମିଳିଛି । ୨୦୧୭ରୁ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ ଲିଙ୍କ୍ ପ୍ରମାଣ ଇଡି ହାତରେ ଲାଗିଛି । ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କାଲି ଖଗେଶ୍ୱରଙ୍କ ଘର ଓ ଶୋ’ ରୁମ୍‌ରେ ଚଢ଼ାଉ କରିଥିଲା ଇଡି । ଖଗେଶ୍ୱର ପାତ୍ରଙ୍କ ଭୁବନେଶ୍ୱର ରସୁଲଗଡ଼ରେ ଥିବା ସୁପ୍ରିମ ଅଟୋମୋବାଇଲ ଉପରେ ରେଡ୍ କରିଥିଲା ଇଡି । ସେହି ଜାଗାରେ ୨୦୧୦ରୁ ୨୦୧୯ ଯାଏ ଖଗେଶ୍ୱର ପାତ୍ର ଶୋ’ ରୁମ୍ କରି ପୁରୁଣା ଗାଡ଼ି କାରବାର କରୁଥିଲା । ଏଠାରେ ବେପାର କରୁଥିବା ସମୟରେ ଖଗେଶ୍ୱର ୧୨ରୁ ୧୫ ହଜାର ଟଙ୍କା ଭଡ଼ା ଦେଉଥିଲା  ।ଜାଗାର ମାଲିକ ଓ ତାଙ୍କ ମ୍ୟାନେଜରଙ୍କୁ ମଧ୍ୟ ଇଡି ପଚରାଉଚରା କରିଛି ।

ଏହି ସ୍ଥାନକୁ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ନିୟମିତ ଭାବେ ଆସୁଥିବାର ଜଣେ ବ୍ୟବସାୟୀ କହିଛନ୍ତି । ତେବେ ୨୦୧୯ ପରେ ଖଗେଶ୍ୱର ତାର ବ୍ୟବସାୟ ହଂସପାଳକୁ ଉଠାଇ ନେଇଥିଲା।

ଅର୍ଚ୍ଚନାଙ୍କ ଆର୍ଥିକ କାରବାର ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଇଡି ହାତରେ ଲାଗିଥିବା ଜଣାଯାଇଛି । ହେଲେ ଆକାଉଣ୍ଟ ବଦଳରେ ଅର୍ଚ୍ଚନା ହାତାହାତି କ୍ୟାସ୍ କାରବାର କରିଥିବାରୁ ଇଡିକୁ ଏହାର ସମ୍ପୂର୍ଣ୍ଣ ତଥ୍ୟ ହାତେଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବହୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ସରକାରୀ ବାବୁଙ୍କ ଲିଙ୍କ୍ ରହିଥିବା ଅନୁମାନ କରାଯାଉଛି।

ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଥିବା ଇଡି ଗତକାଲି ଦିନ ସାରା ୬ଟି ସ୍ଥାନରେ ଏକକାଳୀନ ରେଡ କରିଥିଲା। । କଳାହାଣ୍ଡିର କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ବାସଭବନ, ଭୁବନେଶ୍ୱରସ୍ଥିତ ସତ୍ୟବିହାର କୋଠା, ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଏକକାଳୀନ ଚଢ଼ଉ କରିଛି।  ଏହାବାଦ ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନ ସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍‌ରେ ବି ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ଇଡି।

କେବଳ ସେତିକି ନୁହେଁ, ବ୍ଲାକମେଲିଂ ଅଭିଯୋଗ ଆଣି ଅର୍ଚ୍ଚନାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ପୀଡ଼ିତାଙ୍କ କଟକ ସ୍ଥିତ ବାଙ୍କି ଘରେ ମଧ୍ୟ ଇଡି ଚଢ଼ଉ କରିଛି। ତେବେ ଚଢ଼ଉ ବେଳେ କୌଣସି ସ୍ଥାନରେ ଅର୍ଚ୍ଚନା କିମ୍ବା ସ୍ୱାମୀ ଜଗବନ୍ଧୁଙ୍କ ନିକଟ ସଂପର୍କିୟଙ୍କ ପତ୍ତା ପାଇନଥିଲା ଇଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos