ବିଜେଡି ବିଧାୟକଙ୍କୁ ସାଢ଼େ ୩ ଘଣ୍ଟା ଘାଣ୍ଟିଲା ଇଡି
Ordigital Desk
• Published: Monday, 07 May 2018
• , Updated: 07 May 2018, 08:16 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ପାଇଁ ଅଡୁଆ ବଢ଼ିପାରେ। କୁଖ୍ୟାତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିଛି। ସାଢ଼େ ୩ ଘଣ୍ଟା ଧରି ତାଙ୍କୁ ଆଜି ଜେରାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଣବଙ୍କ କମ୍ପାନୀ “ବଳନ୍ତରାୟ ଟ୍ରାନ୍ସପୋର୍ଟ ଓ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍” ଏବଂ ଡି ବ୍ରଦର୍ସଙ୍କ ମଧ୍ୟରେ କିଭଳି ବ୍ୟବସାୟ ଚାଲିଥିଲା? କେତେ ଟଙ୍କା କାରବାର ହୋଇଛି? ଏଥିରେ କିଏ କେତେ ଲାଭବାନ୍ ହୋଇଛନ୍ତି? ଏମିତି ଅନେକ ପ୍ରଶ୍ନ ଇଡି ପ୍ରଣବଙ୍କୁ ପଚାରିଥିବା ଅନୁମାନ କରାଯାଉଛି।
ବଳବନ୍ତରାୟ ଟ୍ରାନସପୋର୍ଟ ଓ ମିନେରାଲ ପ୍ରାଇଭେଟ ଲିମିଟେଡର ୨୦୦୫-୦୬ ଓ  ୨୦୦୯- ୧୦ର ବିଜନେସ ଅଡିଟ ରିପୋର୍ଟ ଦାଖଲ ଲାଗି ଇଡି ନିର୍ଦ୍ଦେଶ ଦେଇଥିଲା। ଏପଟେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ମାମଲାରେ ପ୍ରଣବଙ୍କ ନାଁ ଆସୁଥିବାରୁ, ତାଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଧର୍ମଶାଳାରେ ଆଜି କଂଗ୍ରେସ ପକ୍ଷରୁ ବିଶାଳ ବିକ୍ଷୋଭ ଶୋଭାଯାତ୍ର କରାଯିବା ସହ ପ୍ରଣବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଗତବର୍ଷ ଏଟି ଚିଟଫଣ୍ଡ୍ ମାମଲାରେ ସିବିଆଇ ସ୍କାନରକୁ ଆସିଥିଲେ ପ୍ରଣବ। ତା’ ପୂର୍ବରୁ ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲାରେ ପ୍ରଣବଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଥିଲା। ସେହିଭଳି ଭୁବନେଶ୍ୱରରେ ଏକାଧିକ ସରକାରୀ ପ୍ଲଟ୍ ଓ ଫ୍ଲାଟ୍ ବିବାଦରେ ପ୍ରଣବ ଫସିଥିବା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀନାଥ ମିଶ୍ର କହିଛନ୍ତି।
ଡି-ବ୍ରଦର୍ସ ଲିଙ୍କରେ ପ୍ରଥମେ କଟକ ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ ସିଏମସି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ ହୋଇଥିଲେ। ଏବେ ଧଳ ସାମନ୍ତଙ୍କ ସହ ସଂପର୍କକୁ ନେଇ ଇଡି ପ୍ରଣବଙ୍କୁ ଜେରା କରୁଥିବାରୁ ବିଜେଡି ପାଇଁ ଅଡୁଆ ବଢିଥିବା କୁହାଯାଉଛି।
Related story