ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଆକାଉଣ୍ଟରେ ୫ ବର୍ଷରେ ଜମା ହୋଇଛି ଦେଢ଼ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୭ ପରଠାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ଦେଢ଼କୋଟି ଟଙ୍କା ଜମା ହୋଇଛି। କେବଳ ଖଗେଶ୍ୱରଙ୍କ ୫ଟି ଆକାଉଣ୍ଟରୁ ୫୦ ଲକ୍ଷ ଠାବ ହୋଇଛି। ବିଭିନ୍ନ ଜିଲ୍ଲାରୁ ଲକ୍ଷେ, ଦି’ ଲକ୍ଷ, ପାଞ୍ଚ ଲକ୍ଷ, ଦଶ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି। ତାହା କିଏ ଦେଇଛନ୍ତି, କେଉଁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ବି ବୋଲି ପ୍ରଶ୍ନ ଛିଡ଼ା ହୋଇଛି। ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗର ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ […]

Khaga

Khaga

Niharika Rout
  • Published: Saturday, 12 November 2022
  • Updated: 12 November 2022, 03:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୭ ପରଠାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ଦେଢ଼କୋଟି ଟଙ୍କା ଜମା ହୋଇଛି। କେବଳ ଖଗେଶ୍ୱରଙ୍କ ୫ଟି ଆକାଉଣ୍ଟରୁ ୫୦ ଲକ୍ଷ ଠାବ ହୋଇଛି। ବିଭିନ୍ନ ଜିଲ୍ଲାରୁ ଲକ୍ଷେ, ଦି’ ଲକ୍ଷ, ପାଞ୍ଚ ଲକ୍ଷ, ଦଶ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି। ତାହା କିଏ ଦେଇଛନ୍ତି, କେଉଁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ବି ବୋଲି ପ୍ରଶ୍ନ ଛିଡ଼ା ହୋଇଛି।

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗର ବିଜନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ବାନ୍ଧିବା ପରେ ୧୦ ଦିନ ରିମାଣ୍ଡରେ ଆଣି ଘାଣ୍ଟୁଛି ଇଡି। ଗତକାଲିଠୁ ଖଗେଶ୍ୱରଙ୍କୁ ଜେରା ଆରମ୍ଭ କରି ଇଡି ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ଦେଢ଼କୋଟି ଟଙ୍କା ଜମା ହୋଇଥିବା ତଥ୍ୟ ପାଇଛି ଇଡି। ଖଗେଶ୍ୱରଙ୍କ ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ତାଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରୁଥିବା ସୂଚନା ମିଳିଛି।

ବ୍ଲାକମେଲ ଅଭିଯୋଗ ହେବା ପରେ ୬ ଅକ୍ଟୋବରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଏହାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରାଗଲା। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ବେଳେ ଖୁଲମଖୁଲା ବାହାରେ ବୁଲୁଥିଲେ ସେମାନଙ୍କ ସହଯୋଗୀ ଖଗେଶ୍ୱର ପାତ୍ର। କମିଶନରେଟ ପୁଲିସ୍‌ ତାଙ୍କୁ ବାନ୍ଧୁ ନ ଥିବା ବେଳେ ଇଡି କିନ୍ତୁ ଏବେ ଘାଣ୍ଟୁଛି।

ଗତ ୧୦ ତାରିଖରେ ଇଡି ତାଙ୍କ ଘର ଓ କାର୍‌ ଶୋ’ ରୁମ୍‌ ଉପରେ ଚଢ଼ାଉ କରିଥିଲା। ଏହାପରେ ଗତକାଲି ଖଗେଶ୍ୱରଙ୍କୁ ବାନ୍ଧି ୧୦ ଦିନିଆ ରିମାଣ୍ଡରେ ଆଣିଥିବା ଇଡି ନାଗ ଦମ୍ପତିଙ୍କ ସହ ତାଙ୍କ କନେକସନ୍‌ ଖୋଜୁଛି।

ଅର୍ଚ୍ଚନାଙ୍କ ସତ୍ୟବିହାରରେ ଥିବା ଆଲିସାନ ବଙ୍ଗଳାରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ୨ଟି ସେକେଣ୍ଡ ହ୍ୟାଣ୍ଡ କାର୍‌ ଶୋ’ ରୁମ୍‌ରେ କେତେ ଟଙ୍କା ବିନିଯୋଗ ହୋଇଛି ସେ ନେଇ ଘାଣ୍ଟୁଛି ଇଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story