ବେଆଇନ ଅର୍ଥ କାରବାର: ଇଡିରେ ହାଜର ହେଲେ ସାରଥିଙ୍କ ଦୁଇ ସହଯୋଗୀ

ଭୁବନେଶ୍ୱର: ସାରଥିଙ୍କ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ (ଇଡି)ରେ ଆଜି ସାରଥିଙ୍କ ଦୁଇ ସହଯୋଗୀ ପ୍ରଦୀପ ସାହୁ ଓ ପ୍ରଦୀପ ରାଉତ ଆଜି ହାଜର ହୋଇଛନ୍ତି। ପ୍ରଦୀପ ରାଉତ ସାରଥି ଆଶ୍ରମର ଅର୍ଥ କାରବାର ବୁଝୁଥିବାବେଳେ ପ୍ରଦୀପ ସାହୁ ଆଶ୍ରମ ଦାୟିତ୍ୱରେ  ଥିଲେ । ପ୍ରଦୀପ ସାହୁଙ୍କ ୩ଟି  ଆକାଉଣ୍ଟରେ ପ୍ରାୟ ୪୦ ଲକ୍ଷ ଟଙ୍କା, ୨ଟି ଗାଡ଼ି ଓ ଲକରରେ ପ୍ରାୟ ୧୪୦ ଗ୍ରାମ ସୁନା ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରଦୀପ ରାଉତଙ୍କ […]

sarathi

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 03:47 PM IST

ଭୁବନେଶ୍ୱର: ସାରଥିଙ୍କ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ (ଇଡି)ରେ ଆଜି ସାରଥିଙ୍କ ଦୁଇ ସହଯୋଗୀ ପ୍ରଦୀପ ସାହୁ ଓ ପ୍ରଦୀପ ରାଉତ ଆଜି ହାଜର ହୋଇଛନ୍ତି। ପ୍ରଦୀପ ରାଉତ ସାରଥି ଆଶ୍ରମର ଅର୍ଥ କାରବାର ବୁଝୁଥିବାବେଳେ ପ୍ରଦୀପ ସାହୁ ଆଶ୍ରମ ଦାୟିତ୍ୱରେ  ଥିଲେ । ପ୍ରଦୀପ ସାହୁଙ୍କ ୩ଟି  ଆକାଉଣ୍ଟରେ ପ୍ରାୟ ୪୦ ଲକ୍ଷ ଟଙ୍କା, ୨ଟି ଗାଡ଼ି ଓ ଲକରରେ ପ୍ରାୟ ୧୪୦ ଗ୍ରାମ ସୁନା ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପ୍ରଦୀପ ରାଉତଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ସାରଥିଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି। ଆଶ୍ରମକୁ ଏତେସବୁ ଟଙ୍କା କେଉଁଠୁ ଆସିଲା, କିଏ ଏହି ଟଙ୍କା ଦେଉଥିଲା ତାହାକୁ ନେଇ ଖୋଳତାଡ଼ ଜାରି ରହିଛି। ଆଶ୍ରମ ଛଡ଼ା ଅନ୍ୟ କେଉଁ କେଉଁ ସ୍ଥାନରେ ସାରଥିଙ୍କ ସମ୍ପତ୍ତି  ରହିଛି ସେ ନେଇ ଇଡି ଉଭୟଙ୍କୁ ପଚରାଉଚରା କରୁଛି।

Related story