ଶାରଦା ମାଇନ୍ସରେ ପଶିଲା ଇଡି

ଚମ୍ପୁଆ(ଦୀପକ ମହାନ୍ତ): କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ଶାରଦା ମାଇନ୍ସରେ ଆଜି ସକାଳୁ ପଶିଛି ଇଡି। ଶାରଦା ମାଇନ୍ସର କିଛି ବରିଷ୍ଠ ଅଧିକାରୀଙ୍କ ଘରେ ଇଡି ରେଡ ହେଉଥିବା ଜଣାଯାଇଛି। ବେଆଇନ୍ ଅର୍ଥ କାରବାର ଲିଙ୍କ୍ ଅଭିଯୋଗରେ ଏହି ଚଢ଼ାଉ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ୯ଟା ବେଳେ ଇଡି ଅଧିକାରୀଙ୍କ ଗାଡ଼ ଶାରଦା ମାଇନ୍ସ ଗେଟ୍‌ ଭିତରେ ପଶିଥିଲା। ଉକ୍ତ ପରିସରରେ ଶାରଦା ମାଇନ୍ସ କାର୍ଯ୍ୟାଳୟ  ସମେତ ଅଧିକାରୀ ଓ କର୍ମଚାରୀଙ୍କ କଲୋନୀ ବି ରହିଛି।

ତେଣୁ ଇଡି ଅଧିକାରୀ ମାଇନ୍ସ କାର୍ଯ୍ୟାଳୟ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢ଼ାଉ ଜାରି ରଖିଥିବା ଜଣାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।