ଆୟ ବହିର୍ଭୂତ ସଂପତ୍ତି ମାମଲା: ଭିଜିଲାନ୍ସ ହାତରୁ ମାମଲା ନେଲା ଇଡି
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ମାମଲାରେ ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ପ୍ରସଙ୍ଗ। ତଦନ୍ତ ପାଇଁ ମାମଲାକୁ ଭିଜିଲାନ୍ସ ହାତରୁ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଜୟ ଦାସଙ୍କ ଅର୍ଥ ନେଣଦେଣ କାରବାରର ଖୋଳତାଡ଼ କରିବ ଇଡି। ଗତମାସ ୧୩ ତାରିଖରେ ଅଜୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟଙ୍କ ଘରୁ ୩ କୋଟିର ସଂପତ୍ତି ମିଳିଥିଲା।