ପୁଣି ରୋଷେଇ ଘରେ ମହଙ୍ଗା ମାଡ଼ 

କଟକ(ଓଡ଼ିଶା ରିପୋର୍ଟର): ପୁଣି ରୋଷେଇ ଘରେ ମହଙ୍ଗା ମାଡ଼  । ପୂର୍ବରୁ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏଥର ନିଜ ଭାଉ ବଢ଼ାଇଛି ଖାଇବା ତେଲ।  ସୋରିଷ, ସୂର୍ଯ୍ୟମୁଖୀ ଠୁ ଆରମ୍ଭ କରି ପାମୋଲିନ୍ ଯାଏଁ, ସବୁ ପ୍ରକାର ଖାଇବା ତେଲ ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି  । ଦର ୬ମାସ ଭିତରେ ୨ଗୁଣ ବଢ଼ିଥିବା ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସଂପାଦକ କହିବା […]

7bn

7bn

Tapas Behera
  • Published: Wednesday, 10 March 2021
  • Updated: 10 March 2021, 08:11 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ପୁଣି ରୋଷେଇ ଘରେ ମହଙ୍ଗା ମାଡ଼  । ପୂର୍ବରୁ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏଥର ନିଜ ଭାଉ ବଢ଼ାଇଛି ଖାଇବା ତେଲ।  ସୋରିଷ, ସୂର୍ଯ୍ୟମୁଖୀ ଠୁ ଆରମ୍ଭ କରି ପାମୋଲିନ୍ ଯାଏଁ, ସବୁ ପ୍ରକାର ଖାଇବା ତେଲ ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି  । ଦର ୬ମାସ ଭିତରେ ୨ଗୁଣ ବଢ଼ିଥିବା ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସଂପାଦକ କହିବା ସହ, ଏଭଳି ଦରବୃଦ୍ଧି ରୋକିବାକୁ ହେଲେ ସରକାର ଆମଦାନୀ ଶୁଳ୍କ ଓ କୃଷି ସେସ୍ କମାଇବା ଦରକାର ବୋଲି ଦାବି କରିଛନ୍ତି।

ବିଶେଷ କରି ସୋରିଷ, ସୋୟାବିନ୍, ସୂର୍ଯ୍ୟମୁଖୀଠୁ ଚିନାବାଦାମ ଓ ପାମୋଲିନ୍ ଯାଏଁ  ସବୁ ପ୍ରକାର ତେଲ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ମହଙ୍ଗା ହେବାରେ ଲାଗିଛି।  ଆଜି କଟକ ମାଲଗୋଦାମରେ ସୋରିଷ ତେଲ ଲିଟର ୧୪୦ରୁ ୧୪୫ ଟଙ୍କା ସୂର୍ଯ୍ୟମୁଖୀ ୧୫୦ରୁ ୧୫୫ ଟଙ୍କା ଓ ପାମୋଲିନ୍ ୧୦୫ରୁ ୧୧୦ ଟଙ୍କା ଭିତରେ ରହିଛି । ପାମୋଲିନ୍‌ର ଏତେ ଦର ପୂର୍ବରୁ କେବେ ଦେଖିନଥିବା କହିଛନ୍ତି କଟକ ମହାନଗର ବ୍ୟବସାୟୀ ସଂଘ ସାଧାରଣ ସଂପାଦକ । ଏଭଳି ତେଲ ଦର ବୃଦ୍ଧି ଜାରି ରହିଲେ କେବଳ ଖାଉଟି ନୁହନ୍ତି, ବ୍ୟବସାୟୀ ବି ବହୁଳ ଭାବେ ପ୍ରଭାବିତ ହେବେ ବୋଲି ସେ ଆଶଙ୍କା କରିଛନ୍ତି।

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ପ୍ରାଇସ୍ ମନିଟରିଂ ସେଲ୍ ତଥ୍ୟ ଅନୁସାରେ, ଜାତୀୟ ସ୍ତରରେ ଗଲା ବର୍ଷେ ଭିତରେ ଖାଇବା ତେଲର ଦର ୨୫ରୁ ୫୦ ପ୍ରତିଶତ ବଢ଼ିଛି  । ଗତବର୍ଷ ମାର୍ଚ୍ଚରେ ପ୍ୟାକେ୍ଜଡ ସୋରିଷ ତେଲ ଦର ଲିଟର ପ୍ରତି ୧୧୩ ଟଙ୍କା ଥିବା ବେଳେ, ଏବେ ତାହା ୧୪୦ ଟଙ୍କାକୁ ବଢ଼ିଛି।  ସେହିପରି ସୂର୍ଯ୍ୟମୁଖୀ ୧୧୦ରୁ ୧୫୦, ପାମ୍ ଅଏଲ୍ ୮୫ରୁ ୧୨୨, ଚିନାବାଦାମ ତେଲ ୧୨୦ରୁ ୧୭୦ ଓ ବନସ୍ପତି ଦର ୮୦ରୁ ୧୨୦ ଟଙ୍କାକୁ ବଢ଼ିଛି। ସେପଟେ ରାଜ୍ୟରେ ତେଲ ଦର ୬ ମାସ ଭିତରେ ପ୍ରାୟ ୨ଗୁଣ ବଢ଼ିଥିବା କହିଛି ରାଜ୍ୟ ବ୍ୟବସାୟୀ ସଂଘ । ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ସାଙ୍ଗକୁ ଖାଇବା ତେଲ ଦର ବୃଦ୍ଧି ଏବେ ପ୍ରାୟ ସବୁ ଘରର ବଜେଟକୁ ବିଗାଡ଼ିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos