ଓଡ଼ିଶା ରିପୋର୍ଟର ସମ୍ପାଦକଙ୍କୁ ୫ ଘଣ୍ଟା ଧରି ପଚରାଉଚରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡ଼ିଓ ନ୍ୟୁଜ୍‌ ମାମଲାରେ କ୍ୟାପିଟାଲ ଥାନାରେ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି ଆଜି ହାଜର ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ସେ ହାଜର ହୋଇଥିଲେ। ତାଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା। ପ୍ରଥମ ଦେଢ଼ ଘଣ୍ଟା ତାଙ୍କୁ କେବଳ ବ୍ୟକ୍ତିଗତ ପ୍ରଶ୍ନ ପଚରା ଯାଇଥିଲା। ପରେ ଓଡ଼ିଶା ରିପୋର୍ଟର ସୋଶାଲ ମିଡିଆରେ ପ୍ରସାରଣ କରାଯାଇଥିବା ଅଡ଼ିଓ ବିଷୟରେ ପଚାରିଥିଲେ ତଦନ୍ତକାରୀ […]

or

Manoranjan Sial
  • Published: Wednesday, 19 August 2020
  • , Updated: 19 August 2020, 10:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡ଼ିଓ ନ୍ୟୁଜ୍‌ ମାମଲାରେ କ୍ୟାପିଟାଲ ଥାନାରେ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି ଆଜି ହାଜର ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ସେ ହାଜର ହୋଇଥିଲେ। ତାଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା।

ପ୍ରଥମ ଦେଢ଼ ଘଣ୍ଟା ତାଙ୍କୁ କେବଳ ବ୍ୟକ୍ତିଗତ ପ୍ରଶ୍ନ ପଚରା ଯାଇଥିଲା। ପରେ ଓଡ଼ିଶା ରିପୋର୍ଟର ସୋଶାଲ ମିଡିଆରେ ପ୍ରସାରଣ କରାଯାଇଥିବା ଅଡ଼ିଓ ବିଷୟରେ ପଚାରିଥିଲେ ତଦନ୍ତକାରୀ ଅଧିକାରୀ। ଶ୍ରୀ ପୃଷ୍ଟି ତଦନ୍ତକାରୀ ଅଧିକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ।

ତେବେ ଆସନ୍ତାକାଲି ଅପରାହ୍ନ ୩ଟାରେ ଆଉ ଥରେ ଥାନାରେ ହାଜର ପାଇଁ ତାଙ୍କୁ ନୋଟିସ୍‌ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଓଟିଭି ବାର୍ତ୍ତା ସଂପାଦକ, ଓଡ଼ିଶା ରିପୋର୍ଟର ସଂପାଦକ ଓ ଡିଜିଟାଲ ମୁଖ୍ୟ ଥାନାରେ ହାଜର ହୋଇଥିଲେ।

Related story