ଲିକ୍‌ ହୋଇଗଲା ପ୍ରଶ୍ନପତ୍ର, ବାତିଲ ହେଲା ଏଜୁକେସନ ଅନର୍ସ ପରୀକ୍ଷା

ସମ୍ବଲପୁର(ଓଡ଼ିଶା ରିପୋର୍ଟର):  ସକାଳେ ଭାଇରାଲ ହେଲା ପ୍ରଶ୍ନପତ୍ର । ମୋବାଇଲରୁ ମୋବାଇଲ୍‌ ଘୁରି ବୁଲିଲା। ତେଣୁ ବାତିଲ ହେଲା ପରୀକ୍ଷା। ଏପରି ଘଟଣା ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ଅନର୍ସ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ସକାଳୁ ଲିକ୍‌ ହୋଇଗଲା ପ୍ରଶ୍ନପତ୍ର ।  ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି ବୋଲି ସ୍ୱୀକାର କରିଛନ୍ତି କର୍ତ୍ତୃପକ୍ଷ । […]

Exam

Exam

Niharika Rout
  • Published: Thursday, 14 July 2022
  • Updated: 14 July 2022, 11:51 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର):  ସକାଳେ ଭାଇରାଲ ହେଲା ପ୍ରଶ୍ନପତ୍ର । ମୋବାଇଲରୁ ମୋବାଇଲ୍‌ ଘୁରି ବୁଲିଲା। ତେଣୁ ବାତିଲ ହେଲା ପରୀକ୍ଷା। ଏପରି ଘଟଣା ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ଅନର୍ସ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ସକାଳୁ ଲିକ୍‌ ହୋଇଗଲା ପ୍ରଶ୍ନପତ୍ର ।  ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି ବୋଲି ସ୍ୱୀକାର କରିଛନ୍ତି କର୍ତ୍ତୃପକ୍ଷ । ତେଣୁ ଆଜି ହେବାକୁ ଥିବା ଏଜୁକେସନ ଅନର୍ସ ପରୀକ୍ଷା ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଆଜି ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।  କେଉଁ ପରିସ୍ଥିତିରେ ଏହା ଭାଇରାଲ ହେଲା ତାହାର ତଦନ୍ତ ହେବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।  ପ୍ରଶ୍ନପତ୍ର ସେଟ୍ କରିଥିବା କର୍ମଚାରୀ ହିଁ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଦୋଷୀ, କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦିଆଯିବା ସହେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ପରବର୍ତ୍ତୀ ଅବସ୍ଥାରେ କେବେ ପରୀକ୍ଷା ହେବା ତାହା ଜଣାଇ ଦିଆାଯିବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos