ଆଡ୍‌ମିଟ୍‌ କାର୍ଡରେ ହିରୋଇନଙ୍କ ଫଟୋକୁ ନେଇ ଏମିତି କହିଲେ ମନ୍ତ୍ରୀ

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ। ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ହାତରେ ଆଉ ମାତ୍ର ସପ୍ତାହେ ଥିବାବେଳେ ତାପୂର୍ବରୁ ବିଭ୍ରାଟ ଦେଖାଦେଇଛି। କେଉଁ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଥିବା ଅଭିଯୋଗ ଆସିଲାଣି ତ ଆଉ କେଉଁ ଛାତ୍ରଙ୍କ ଆଡ୍‌ମିଟ୍ କାର୍ଡରେ ଲାଗିଛି ଅନ୍ୟ ସ୍କୁଲ ଛାତ୍ରୀଙ୍କ ଫଟୋ। ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ତାକରଡ଼ା ସହିଦ ହାଇସ୍କୁଲରେ ଆସିଛି ଏଭଳି ଅଭିଯୋଗ। ଏହି ସ୍କୁଲ୍‌ରେ  ଗୋଟିଏ କି ଯୋଡ଼ିଏ ନୁହଁ, […]

iop

Tapas Behera
  • Published: Thursday, 13 February 2020
  • , Updated: 13 February 2020, 05:35 PM IST

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ। ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ହାତରେ ଆଉ ମାତ୍ର ସପ୍ତାହେ ଥିବାବେଳେ ତାପୂର୍ବରୁ ବିଭ୍ରାଟ ଦେଖାଦେଇଛି। କେଉଁ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଥିବା ଅଭିଯୋଗ ଆସିଲାଣି ତ ଆଉ କେଉଁ ଛାତ୍ରଙ୍କ ଆଡ୍‌ମିଟ୍ କାର୍ଡରେ ଲାଗିଛି ଅନ୍ୟ ସ୍କୁଲ ଛାତ୍ରୀଙ୍କ ଫଟୋ।

ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ତାକରଡ଼ା ସହିଦ ହାଇସ୍କୁଲରେ ଆସିଛି ଏଭଳି ଅଭିଯୋଗ। ଏହି ସ୍କୁଲ୍‌ରେ  ଗୋଟିଏ କି ଯୋଡ଼ିଏ ନୁହଁ, ୭୨ ଜଣ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡରେ ଏଭଳି ତ୍ରୁଟି ସାମ୍ନାକୁ ଆସିଛି। କେଉଁ ଛାତ୍ରଙ୍କ ଆଡ୍‌ମିଟ୍ କାର୍ଡରେ ଛାତ୍ରୀଙ୍କ ଫଟୋ ଲାଗିଛି ତ ଆଉ କେଉଁ ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଅନ୍ୟ ସ୍କୁଲର ଛାତ୍ରୀଙ୍କ ଫଟୋ ଲାଗିଥିବାର ଅଭିଯୋଗ ହୋଇଛି।

ଏସବୁ ଘଟଣା ସାମ୍ନାକୁ ଆସିବା ପରେ ତ୍ରୁଟିର ସୁଧାର ପାଇଁ ଉଦ୍ୟମ ଜାରି ରହିଛି ବୋଲି ମାଟ୍ରିକ୍ ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି। ତେବେ ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କିନ୍ତୁ ଅଲଗା କଥା କହିଛନ୍ତି। ସେଗୁଡ଼ିକ ଫେକ୍ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବୋର୍ଡକୁ ବଦନାମ କରିବାକୁ ଏଭଳି ଆଡମିଟ୍ କାର୍ଡ ଭାଇରାଲ୍ କରାଯାଇଥିବା ମନ୍ତ୍ରୀ କହିଛନ୍ତି।

Related story