ରାଜ୍ୟ ପାଇଁ କେତେ ଉପଯୋଗୀ ହେବ ପ୍ରସ୍ତାବିତ ନୂଆ ଜାତୀୟ ଶିକ୍ଷାନୀତି ? ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ମାନସମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ କେତେ ଉପଯୋଗୀ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଜାତୀୟ ଶିକ୍ଷାନୀତି ? ଏଥିରେ ଥିବା ବ୍ୟବସ୍ଥା ଲାଗୁ ନେଇ ଓଡ଼ିଶାରେ ପଯର୍ୟାପ୍ତ ଭିତ୍ତିଭୂମି ରହିଛି ନା ନାହିଁ ଏବଂ ଏଥିପାଇଁ କେତେ ସମ୍ବଳର ଆବଶ୍ୟକତା ପଡ଼ିବ ସେନେଇ ଉଚ୍ଚଶିକ୍ଷାମନ୍ତ୍ରୀ ଡାକିଥିବା ବୈଠକରେ ଆଲୋଚନା କରାଯାଇଛି। ତେବେ ନୂଆ ଶିକ୍ଷାନୀତିରେ ରହିଥିବା ବ୍ୟବସ୍ଥାରେ ପରିକଳ୍ପନା ଅଧିକ ଓ ବାସ୍ତବତା କମ୍ ବୋଲି ମତ ପ୍ରକାଶ ପାଇଛି। ଆଜିର ବୈଠକରେ ବିଭିନ୍ନ […]

543

Tapas Behera
  • Published: Wednesday, 10 July 2019
  • , Updated: 10 July 2019, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ କେତେ ଉପଯୋଗୀ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଜାତୀୟ ଶିକ୍ଷାନୀତି ? ଏଥିରେ ଥିବା ବ୍ୟବସ୍ଥା ଲାଗୁ ନେଇ ଓଡ଼ିଶାରେ ପଯର୍ୟାପ୍ତ ଭିତ୍ତିଭୂମି ରହିଛି ନା ନାହିଁ ଏବଂ ଏଥିପାଇଁ କେତେ ସମ୍ବଳର ଆବଶ୍ୟକତା ପଡ଼ିବ ସେନେଇ ଉଚ୍ଚଶିକ୍ଷାମନ୍ତ୍ରୀ ଡାକିଥିବା ବୈଠକରେ ଆଲୋଚନା କରାଯାଇଛି। ତେବେ ନୂଆ ଶିକ୍ଷାନୀତିରେ ରହିଥିବା ବ୍ୟବସ୍ଥାରେ ପରିକଳ୍ପନା ଅଧିକ ଓ ବାସ୍ତବତା କମ୍ ବୋଲି ମତ ପ୍ରକାଶ ପାଇଛି। ଆଜିର ବୈଠକରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ ଅଧ୍ୟକ୍ଷ, ଶିକ୍ଷାବିତ ଓ ଶିକ୍ଷା ସହ ସଂପୃକ୍ତ ବିଭିନ୍ନ ସଂଘର ପ୍ରତିନିଧି ଯୋଗ ଦେଇ ମତାମତ ରଖିଥିଲେ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନୂଆ ଜାତୀୟ ଶିକ୍ଷାନୀତି ଉପରେ ମାନସମନ୍ଥନ କରାଯାଇଛି। ଏହାଦ୍ୱାରା ଓଡ଼ିଶା କେତେ ଲାଭବାନ ହେବ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ତାର ତର୍ଜମା କରାଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ୍, ପ୍ରଶାସନିକ ଅଧିକାରୀ ଓ ଶିକ୍ଷା ସହ ଜଡିତ ବିଭିନ୍ନ ସଂଘ ବୈଠକରେ ଉପସ୍ଥିତ ରହି ମତାମତ ଦେଇଥିଲେ । ପ୍ରସ୍ତାବିତ ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ବିକାଶ ଓ ସବୁ ବର୍ଗର ଶିକ୍ଷକଙ୍କୁ ସ୍ଥାୟୀ କରିବା ସହ ଦରମାରେ ଥିବା ଅସଙ୍ଗତି ଦୂର ଅବାସ୍ତବ ପରିକଳ୍ପନା ବୋଲି କୁହାଯାଇଛି।  ସେହିପରି କିଭଳି ଭାବେ ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ବିକାଶ କରାଯିବ, ଶିକ୍ଷାନୀତିରେ ତାର ସ୍ପଷ୍ଟ ରୋଡ଼ମ୍ୟାପ୍‌ମଧ୍ୟ ନାହିଁ ।

ଯୁକ୍ତ ତିନିକୁ ୪ ବର୍ଷିଆ କୋର୍ସ କରିବା, ସବୁ ସରକାରୀ ଓ ବେସରକାରୀ କଲେଜରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରତ୍ୟାହାର, ସବୁ ଡିଗ୍ରୀ କଲେଜକୁ ଅଟୋନମସ୍ କରିବା ଏବଂ ମଲ୍ଟି ସବ୍‌ଜେକ୍ଟ ୟୁନିଭର୍ସିଟି ପ୍ରତିଷ୍ଠା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ନୂଆ ଶିକ୍ଷାନୀତିରେ ବାସ୍ତବତା କମ୍ ଓ ପରିକଳ୍ପନା ଅଧିକ ବୋଲି ବିଭିନ୍ନ କଲେଜର ଅଧ୍ୟକ୍ଷ କହିଛନ୍ତି।

ଓଡିଶା ଭଳି ପଛୁଆ ରାଜ୍ୟରେ ଏଲିଟ୍ କ୍ଲାସ୍ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା ଯୁକ୍ତି ସଙ୍ଗତ ନୁହେଁ ବୋଲି ମତ ପ୍ରକାଶ ପାଇଛି ।  କାରଣ ପ୍ରାୟ ୨୫ ପ୍ରତିଶତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଶିକ୍ଷା ଭିତ୍ତିଭୂମି ବହୁ ପଛରେ ରହିଛି । ତେଣୁ ବର୍ତ୍ତମାନ ରାଜ୍ୟରେ ଥିବା ଶିକ୍ଷା ଭିତ୍ତିଭୂମି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ  ଶିକ୍ଷାନୀତିରେ ଥିବା ବିଭିନ୍ନ ପ୍ରସ୍ତାବରେ  ପରିବର୍ତ୍ତନ ଲାଗି ପରାମର୍ଶ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

୧୯୮୬ରେ ଶେଷ ଥର ଲାଗି  ଶିକ୍ଷାନୀତିରେ ପରିବର୍ତ୍ତନ କରାଯାଇଥିଲା ।  ଅନ୍ୟପକ୍ଷରେ ନୂଆ ଜାତୀୟ ଶିକ୍ଷା ନୀତି ସଂପର୍କରେ ମତାମତ ରଖିବା ଲାଗି ରାଜ୍ୟମାନଙ୍କୁ ଚଳିତ ମାସ ଶେଷ ଯାଏଁ ସମୟ ଦିଆଯାଇଛି।

Related story