ଶେଷରେ ପୋଲିସକୁ ବି ଅଣ୍ଡା ମାଡ଼: ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମରେ ଶିକାର ହୋଇ ଆତ୍ମହତ୍ୟା କରିଥିବା କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଯୁବ କଂଗ୍ରେସ ଆଜି ରାଜଧାନୀ ଭୁବନେଶ୍ୱରରେ ରଣହୁଙ୍କାର ଦେଇଛି। କର୍ମୀମାନେ ନବୀନ ନିବସ ଘେରାଉ କରିବା ପାଇଁ ଯାଉଥିବା ବେଳେ ଶିଶୁ ଭବନ ଛକରେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା। ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଯୁବ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଡେଇଁ ଆଗକୁ ଯିବାକୁ ଉଦ୍ୟମ କରିଥିଲେ। ପରେ କିଛି  କର୍ମୀ ପୋଲିସ ଉପରକୁ ଅଣ୍ଡାମାଡ଼ କରିଥିଲେ। ଅଣ୍ଡା ପୋଲିସଙ୍କ ଦେହରେ ବାଜିଥିବା ଦେଖିବାକୁ ମିଳିଛି। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସହପ୍ରଭାରୀ ଶୁଭଙ୍କର ସର୍କାରଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି-“ଏହି ଲଢ଼େଇ କୁନ୍ଦୁଲି ପୀଡ଼ିତା ପାଇଁ। ଏହି ଲଢ଼େଇ ଓଡ଼ିଶାର ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ। ମୁଖ୍ୟମନ୍ତ୍ରୀ ଚାହିଁଥିଲେ କୁନ୍ଦୁଲି ପୀଡ଼ିତା ବଞ୍ଚି ପାରିଥାଆନ୍ତା। କିନ୍ତୁ ମରିଗଲା ପରେ ଏବେ ଲୁହ ଗଡ଼ାଉଛନ୍ତି। ଅଭିଯୁକ୍ତ ଧରାନପଡ଼ିଲେ ଏହି ବିକ୍ଷୋଭ ଓ ଆନ୍ଦୋଳନ ଆଗକୁ ବଢ଼ିବ।”

ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି-“ଜଣେ ଆଦିବାସୀ ଝିଅକୁ କଣ ପାଇଁ ନ୍ୟାୟ ମିଳିଲା ନାହିଁ? ଏ ସମ୍ପର୍କରେ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲୁ। ମାତ୍ର ଅଧା ରାସ୍ତାରେ ପୋଲିସ ଆମକୁ ଅଟକାଇ ମାଡ଼ ମାରିଲା। ଏପରିକି କିଛି କର୍ମୀଙ୍କୁ ଗିରଫ କଲେ। ଆମ ଭଉଣୀମାନଙ୍କୁ ବଳାତ୍କାର କରାଯାଉଛି ଓ ଭାଇମାନଙ୍କୁ ଗିରଫ କରାଯାଉଛି। ଆମକୁ କ’ଣ ପାଇଁ ନ୍ୟାୟ ମିଳୁଲା ନାହିଁ?”

କୁନ୍ଦୁଲି ଘଟଣାରେ ଗତକାଲି ମୁଖ୍ୟମନ୍ତ୍ରୀ ଦେଇଥିବା ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କଂଗ୍ରେସ ତୀବ୍ର ବିରୋଧ କରିଛି। ପୀଡ଼ିତାଙ୍କୁ ନ୍ୟାୟ ଦାବି ସହ ଏସଆଇଟି ତଦନ୍ତ ପ୍ରତିବାଦରେ ଆଜି ପିସିସି ସଭାପତିଙ୍କ ସମେତ ଯୁବକଂଗ୍ରେସର ବହୁ ନେତା ଓ କର୍ମୀ ନବୀନ ନିବାସ ଘେରାଉ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ୍।

Ordigital Desk
• Published: Thursday, 08 February 2018
• Updated: 08 February 2018, 05:22 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos