ମୁଖ୍ୟମନ୍ତ୍ରୀଙ୍କ ଉପରକୁ ମହିଳା ଫିଙ୍ଗିଥିଲେ ଅଣ୍ଡା, କ୍ୟାଚ୍‌ କରିଥିଲେ ବଡିଗାର୍ଡ଼, ଆଗରୁ କେତେ ଥର ଘଟିଛି ଜାଣନ୍ତୁ

ଭୁବନେଶ୍ୱର: ଗତକାଲି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏଠାରେ ତାଳସାରି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସଭା ମଞ୍ଚକୁ ଅଣ୍ଡାମାଡ଼ ହୋଇଥିଲା। ଜଣେ ମହିଳା ଅଣ୍ଡାମାଡ଼ କରିଥିବା ବେଳେ ଏହି ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରେ ବାଜିବା ପୂର୍ବରୁ ତାଙ୍କ ସୁରକ୍ଷା କର୍ମୀ କ୍ୟାଚ୍‌ ଧରିନେଇଥିଲେ। ଏନେଇ ଆଜତ୍‌କରେ ଏକ ରିପୋର୍ଟ ପ୍ରକାଶ ପାଇଛି।  ତେବେ ଏହି ଘଟଣା ପରେ ସେଠାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। […]

egg-attack-to-cm-768x768

Rakesh Mallick
  • Published: Thursday, 01 February 2018
  • , Updated: 01 February 2018, 12:48 PM IST

ଭୁବନେଶ୍ୱର: ଗତକାଲି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏଠାରେ ତାଳସାରି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସଭା ମଞ୍ଚକୁ ଅଣ୍ଡାମାଡ଼ ହୋଇଥିଲା। ଜଣେ ମହିଳା ଅଣ୍ଡାମାଡ଼ କରିଥିବା ବେଳେ ଏହି ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରେ ବାଜିବା ପୂର୍ବରୁ ତାଙ୍କ ସୁରକ୍ଷା କର୍ମୀ କ୍ୟାଚ୍‌ ଧରିନେଇଥିଲେ। ଏନେଇ ଆଜତ୍‌କରେ ଏକ ରିପୋର୍ଟ ପ୍ରକାଶ ପାଇଛି।  ତେବେ ଏହି ଘଟଣା ପରେ ସେଠାରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳା ଜଣଙ୍କୁ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ନିର୍ଦ୍ଧୁମ ପିଟିଥିଲେ। ପୋଲିସ୍ ମହିଳା ଜଣଙ୍କୁ କାବୁ କରି ନେଉଥିବା ବେଳେ  ଦଳୀୟ କର୍ମୀ ତାଙ୍କୁ  ମାରିଥିଲେ।

ସ୍ଥିତି ଏପରି ହୋଇଥିଲା ଯେ, ମହିଳା ପିନ୍ଧିଥିବା ଲୁଗାକୁ ମଧ୍ୟ କେତେକ ଚିରି ପକାଇଥିଲେ। ଅତ୍ୟନ୍ତ ଲଜ୍ଜାଜନକ ଅବସ୍ଥାରେ ମହିଳାଙ୍କୁ ପୋଲିସ ଏକରକମ ଘୋଷାରି ଘୋଷାରି ସଭାସ୍ଥଳରୁ ଗାଡ଼ି ପାଖକୁ ଆଣିଥିଲା।  ଏବେ ମହିଳା ଜଣକ ମେଡିକାଲରେ ଚିକିତ୍ସାଧୀ ଅଛନ୍ତି। କୁହାଯାଉଛି ଅଣ୍ଡା ଫିଙ୍ଗିଥିବା ମହିଳା ଜଣକ ବିଜେପି ସମର୍ଥକ।  ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ୩୦ରେ  କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା।  ସେହିପରି ୧୯/୨/୨୦୧୫ରରେ ରାଜଧାନୀରେ  ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ  ଅଣ୍ଡାମାଡ଼ ହୋଇଥିଲା। କଂଗ୍ରେସ କର୍ମୀମାନେ ଏହି ଅଣ୍ଡାମାଡ଼ କରିଥିବା ଅଭିଯୋଗ ଉଠିଥିଲା। ଏଥିରେ ୧୮ ଜଣଙ୍କୁ ଗିରଫ କରାଯାଇଥିଲା।  ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାକୁ ଏକ ରାଲି ଗସ୍ତରେ ଯାଉଥିବା ବେଳେ ତାଙ୍କ ଉପରକୁ ଅଣ୍ଡାମାଡ଼ ହୋଇଥିଲା। ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ଗିରଫ କରିଥିଲା। ଅଣ୍ଡାଫିଙ୍ଗିଥିବା ଅଭିଯୁକ୍ତ ଜଣକ କଂଗ୍ରେସର ସମର୍ଥକ ବୋଲି ଜଣାପଡ଼ିଥିଲା।

ସୌଜନ୍ୟ: ଆଜତକ୍‌

Related story