ମହିଳାଙ୍କ ଲୁଗା ଚିରିଦେଲେ, ଅଶ୍ରାବ୍ୟ ଭାଷାରେ ଶୋଧିଲେ…

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସଭାମଂଚକୁ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କୁ ସମବେତ ବିଜେଡି କର୍ମୀଙ୍କଠାରୁ ଅକଥନୀୟ ବ୍ୟବହାରର ଶିକାର ହେବାକୁ ପଡ଼ିଛି। ସବୁ ସୀମା ଟପି ଯାଇଛନ୍ତି ସଭାମଂଚ ତଳେ ଉପସ୍ଥିତ ବିଜେଡି କର୍ମୀ। ପୋଲିସ୍ ମହିଳା ଜଣଙ୍କୁ କାବୁ କରି ନେଉଥିବା ବେଳେ, ଦଳୀୟ କର୍ମୀ ତାଙ୍କୁ ନିର୍ଧୁମ ପିଟିଛନ୍ତି ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ବି କରିଛନ୍ତି। ସ୍ଥିତି ଏପରି ହେଲା ଯେ, ମହିଳା ପିନ୍ଧିଥିବା ଲୁଗାକୁ ମଧ୍ୟ କେତେକ ଚିରି ପକାଇଥିଲେ। ଅତ୍ୟନ୍ତ ଲଜ୍ଜାଜନକ ଅବସ୍ଥାରେ ମହିଳାଙ୍କୁ ପୋଲିସ ଏକରକମ ଘୋଷାରି ଘୋଷାରି ସଭାସ୍ଥଳରୁ ଗାଡ଼ି ପାଖକୁ ଆଣିଥିଲା। ଏ ସବୁ ଘଟିଥିଲା ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ଉପସ୍ଥିତ ଥିଲା ବେଳେ। ପଢ଼ନ୍ତୁ କେମିତି ଥିଲା ପୂରା ଘଟଣା।</p> <p>ଆଜି ଥିଲା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତାଳସାରି ମହୋତ୍ସବର ଉଦ୍&zwnj;ଘାଟନୀ ଉତ୍ସବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଜଣେ ମହିଳା ଲୋକଙ୍କ ଭିଡ ଭିତରୁ ଦୁଇଟି ଅଣ୍ଡା ଫିଙ୍ଗି ଥିଲେ। ଅଣ୍ଡା ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଦେଇ ଯାଇ ମଞ୍ଚରେ ପଡ଼ିଥିଲା। ସୌଭାଗ୍ୟବତଃ ଅଣ୍ଡାଟି ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡ଼ିନଥିଲା। ପରେ ସଭାସ୍ତଳରେ ଉପସ୍ଥିତ ଥିବା ପୋଲିସ ମହିଳାଙ୍କୁ କାବୁ ନେଉଥିବା ବେଳେ &nbsp;କର୍ମୀମାନେ ତାଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଯିଏ ଯେମିତି ପାରିଲା ମହିଳାଙ୍କୁ ନାଦିଲା।</p>

Ordigital Desk
  • Published: Wednesday, 31 January 2018
  • Updated: 31 January 2018, 09:15 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସଭାମଂଚକୁ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କୁ ସମବେତ ବିଜେଡି କର୍ମୀଙ୍କଠାରୁ ଅକଥନୀୟ ବ୍ୟବହାରର ଶିକାର ହେବାକୁ ପଡ଼ିଛି। ସବୁ ସୀମା ଟପି ଯାଇଛନ୍ତି ସଭାମଂଚ ତଳେ ଉପସ୍ଥିତ ବିଜେଡି କର୍ମୀ। ପୋଲିସ୍ ମହିଳା ଜଣଙ୍କୁ କାବୁ କରି ନେଉଥିବା ବେଳେ, ଦଳୀୟ କର୍ମୀ ତାଙ୍କୁ ନିର୍ଧୁମ ପିଟିଛନ୍ତି ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ବି କରିଛନ୍ତି। ସ୍ଥିତି ଏପରି ହେଲା ଯେ, ମହିଳା ପିନ୍ଧିଥିବା ଲୁଗାକୁ ମଧ୍ୟ କେତେକ ଚିରି ପକାଇଥିଲେ। ଅତ୍ୟନ୍ତ ଲଜ୍ଜାଜନକ ଅବସ୍ଥାରେ ମହିଳାଙ୍କୁ ପୋଲିସ ଏକରକମ ଘୋଷାରି ଘୋଷାରି ସଭାସ୍ଥଳରୁ ଗାଡ଼ି ପାଖକୁ ଆଣିଥିଲା। ଏ ସବୁ ଘଟିଥିଲା ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ଉପସ୍ଥିତ ଥିଲା ବେଳେ। ପଢ଼ନ୍ତୁ କେମିତି ଥିଲା ପୂରା ଘଟଣା।</p><p>ଆଜି ଥିଲା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତାଳସାରି ମହୋତ୍ସବର ଉଦ୍&zwnj;ଘାଟନୀ ଉତ୍ସବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଜଣେ ମହିଳା ଲୋକଙ୍କ ଭିଡ ଭିତରୁ ଦୁଇଟି ଅଣ୍ଡା ଫିଙ୍ଗି ଥିଲେ। ଅଣ୍ଡା ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଦେଇ ଯାଇ ମଞ୍ଚରେ ପଡ଼ିଥିଲା। ସୌଭାଗ୍ୟବତଃ ଅଣ୍ଡାଟି ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡ଼ିନଥିଲା। ପରେ ସଭାସ୍ତଳରେ ଉପସ୍ଥିତ ଥିବା ପୋଲିସ ମହିଳାଙ୍କୁ କାବୁ ନେଉଥିବା ବେଳେ &nbsp;କର୍ମୀମାନେ ତାଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଯିଏ ଯେମିତି ପାରିଲା ମହିଳାଙ୍କୁ ନାଦିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos