ବିଭିନ୍ନ ସ୍ଥାନରେ ଇଦ୍-ଉଲ୍-ଜୁହା ପାଳିତ
- Published: Saturday, 02 September 2017
- , Updated: 02 September 2017, 11:19 AM IST

ଭୁବନେଶ୍ୱର: ଆଜି ପବିତ୍ର ଇଦ୍‌-ଉଲ୍‌-ଜୁହା। ବିଭିନ୍ନ ସ୍ଥାନରେ ମୁସଲମାନ ଭାଇଭଉଣୀମାନେ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ଏହି ପର୍ବ। ଏହି ଅବସରରେ ରାଜ୍ୟର ବିଭିନ୍ନ ମସଜିଦ୍ ଗୁଡ଼ିକରେ ଇସଲାମ ଧର୍ମାବଲମ୍ବୀ ସମୂହ ନମାଜ ପାଠ କରିଛନ୍ତି। ନମାଜ ପାଠ ପରେ ପରସ୍ପରକୁ ଇଦ୍‌ ମୁବାରକ ଜଣାଇଛନ୍ତି।

ଆଜିର ଦିନକୁ ବକ୍ରି ଇଦ୍ ବୋଲି ମଧ୍ୟ କୁହାଯାଏ। ଇଦ୍‌ ଉଲ ଫିତରର ପ୍ରାୟ ଦୁଇ ମାସ ପରେ ଏହି ପର୍ବ ପାଳନ କରାଯାଇଥାଏ। ନମାଜ ପରେ ଶ୍ରଦ୍ଧାଳୁମାନେ ଦାନଧର୍ମ କରିବାର ପରମ୍ପରା ରହିଛି।

ଭୁବନେଶ୍ୱର ଓ କଟକରେ ଧୁମ୍‌ଧାମ୍‌ରେ ଇଦ୍-ଉଲ୍‌-ଜୁହା ପାଳନ କରାଯାଇଛି। ବିଭିନ୍ନ ମସଜିଦ୍‌ରେ ଇସଲାମ ଧର୍ମାବଲମ୍ବୀମାନେ ଏକାଠି ନମାଜ ପାଠ କରିଛନ୍ତି।

https://www.youtube.com/watch?v=xxUh4eQP1nM

ସେହିପରି ଭଦ୍ରକରେ ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ଭଦ୍ରକର କୁଆଁସ ସ୍ଥିତ ଇଦ୍‌ଗା ମଇଦାନରେ ହଜାର ହଜାର ମୁସଲିମ୍‌ ଶ୍ରଦ୍ଧାଳୁ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। ସହରରେ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

କେନ୍ଦ୍ରାପଡ଼ାରେ ମଧ୍ୟ ଇଦ୍‌-ଉଲ୍‌-ଜୁହା ପାଳିତ ହୋଇଛି। ନୂଆ ଇଦ୍‌ଗା, ପୁରୁଣା ଇଦ୍‌ଗା, ରତାପଡ଼ା ଓ ଫକିରାବାଦ ଆଦି ସ୍ଥାନରେ ସମୂହ ନମାଜପାଠ କରାଯାଇଥିଲା।