ପାଟକୁରାରେ ୮ ପ୍ରାର୍ଥୀଙ୍କ ଅମାନତ ରହିଲାନି, କିଏ ପାଇଲେ କେତେ ଭୋଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ଶେଷ ହୋଇଛି। ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟୀ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଫଳାଫଳ ପ୍ରକାଶ ପାଇନାହିଁ। ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ୧୯ ରାଉଣ୍ଡ ଭୋଟ ଗଣନା ପରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲଙ୍କୁ ଅଧିକ ୧୭,୯୨୦ଖଣ୍ଡ ଭୋଟ ମିଳିଛି। ପାଟକୁରା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟରଙ୍କ ମଧ୍ୟରୁ […]

patkura-1

Tapas Behera
  • Published: Wednesday, 24 July 2019
  • , Updated: 24 July 2019, 04:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ଶେଷ ହୋଇଛି। ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବିଜୟୀ ହୋଇଥିଲେ ମଧ୍ୟ ଆନୁଷ୍ଠାନିକ ଫଳାଫଳ ପ୍ରକାଶ ପାଇନାହିଁ। ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ୧୯ ରାଉଣ୍ଡ ଭୋଟ ଗଣନା ପରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲଙ୍କୁ ଅଧିକ ୧୭,୯୨୦ଖଣ୍ଡ ଭୋଟ ମିଳିଛି। ପାଟକୁରା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟରଙ୍କ ମଧ୍ୟରୁ ୭୨.୭୫% ଭୋଟ୍ ପଡ଼ିଥିଲା। ଆଜିର ଗଣନା ପରେ ମୋଟ ୧,୭୮,୦୯ଟି ଭୋଟ୍ ବୈଧ ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ନିର୍ବାଚନ ମଇଦାନରେ ଜଣେ ମହିଳାଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ପ୍ରାର୍ଥୀ ନିଜର ଅମାନତ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ସର୍ବାଧିକ ୯୬,୦୧୭ଟି ଭୋଟ୍ ପଡ଼ିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୮,୦୯୭ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୨୧୦୪ଟି ଭୋଟ୍ , ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରଦୀପ କୁମାର ମିଶ୍ରଙ୍କୁ ୩୫୯ଟି ଓକୃପା ପାର୍ଟି ପ୍ରାର୍ଥୀ ଶ୍ରୀକାନ୍ତ ସାମଲଙ୍କୁ ୧୪୯ଟି ଭୋଟ୍ ମିଳିଛି । ନିର୍ବାଚନ ମଇଦାନରେ ଥିବା ଅନ୍ୟ ୫ଜଣ ସ୍ୱାଧୀନ ପ୍ରାର୍ଥୀ ଯଥା ରତିକାନ୍ତ କାନୁନଗୋଙ୍କୁ ୪୦୮ଟି, ପରମାନନ୍ଦ ମହାରଣାଙ୍କୁ ୧୭୦ଟି, ପ୍ରଫୁଲ୍ଲ କୁମାର ବେହେରାଙ୍କୁ ୧୭୬ଟି, ସଞ୍ଜୟ କୁମାର ସ୍ୱାଇଁଙ୍କୁ ୧୪୧ଟି ଏବଂ ଦିବ୍ୟସିଂହ ଦାସଙ୍କୁ ୫୮ଟି ଭୋଟ୍‌ ମିଳିଛି। ନୋଟାରେ ୪୧୬ଟି ଭୋଟ୍ ପଡ଼ିଥିବା ଜଣାପଡ଼ିଛି।

ଆଜି ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଶ୍ରୀ ମହାପାତ୍ରଙ୍କଠୁ ଆଗରେ ରହିଥିଲେ। ବିଜେଡି ପ୍ରାର୍ଥୀଙ୍କୁ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକର ମୋଟ ୫୧ଟି ପଞ୍ଚାୟତରେ ଅଧିକ ୧୭୯୨୦ ଖଣ୍ଡ ଭୋଟ୍ ମିଳିଛି। ବିଜେଡିକୁ ଡେରାବିଶ ବ୍ଲକର ସମସ୍ତ ୨୬ ପଞ୍ଚାୟତରେ ପ୍ରାୟ ୧୩,୪୦୦ ହଜାର, ଗରଦପୁର ବ୍ଲକରେ ସମସ୍ତ ୧୮ଟି ପଞ୍ଚାୟତରେ ୩୫୦୦ ହଜାର ଓ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତରେ ୧୮୦୦ ଖଣ୍ଡ ଅଧିକ ଭୋଟ୍ ମିଳିଥିବା ଜଣାପଡ଼ିଛି। ତେବେ ଏବେ କେବଳ ନିର୍ବାଚନ କମିଶନଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି ।

Related story