ଗଛରେ ପିଟିହେଲା ଅଟୋ, ୮ ଆହତ

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚିକିସମେରା ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଆଠ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି। ସମସ୍ତଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହଛି। ଯେଉଁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି, ସେମାନେ ହେଲେ- ବାଲିପଙ୍କ ଗାଁର ବାଗ ଦଳାଇ […]

auto

auto

Jitendra Garnayak
  • Published: Monday, 24 September 2018
  • Updated: 24 September 2018, 06:15 AM IST

Sports

Latest News

ମୋହନା (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚିକିସମେରା ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଆଠ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଆହତମାନଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି। ସମସ୍ତଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହଛି।

ଯେଉଁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି, ସେମାନେ ହେଲେ- ବାଲିପଙ୍କ ଗାଁର ବାଗ ଦଳାଇ ଓ କଫମଛୁଆଁ ଗାଁର ଉତ୍ତମ ନାୟକ।

ଅଟୋଟି ଆଜି ସକାଳ ପ୍ରାୟ ୮ ବେଳେ ଚାନ୍ଦିପୁଟଠାରୁ ଯାତ୍ରୀମାନଙ୍କୁ ନେଇ ମୋହନା ଆସୁଥିବା ବେଳେ ଭାରସାମ୍ୟ ହରାଇ ଚିକିସମେରା ନିକଟରେ ଗଛରେ ପିଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos