ଲୁଚକାଳି ଖେଳୁଛି ମୌସୁମୀ: ଏଠି ଅଛି ତ ସେଠି ନାହିଁ

ଭୁବନେଶ୍ୱର: ଜୁଲାଇ ଅଧା ହେବାକୁ ବସିଲାଣି। ଯେଉଁ ଧାରା ଶ୍ରାବଣରେ ଚାଷ ତରତର ଚାଲିବା କଥା, ସେଠି ରାଜ୍ୟର କିଛି ଜିଲ୍ଲାରେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୧୮ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ଯାହାଦ୍ୱାରା ଚାଷକାମ ଧିମେଇଛି। କେଉଁଠି ଧାନ ଗଜା ହୋଇନି ତ ଆଉ କେଉଁଠି ବିଲ ଫାଟି ଆଁ କରିଛି। ଆଗକୁ ଭଲ ବର୍ଷା ନହେଲେ ମରୁଡି ସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି। ପାଣିପାଗ ବିଭାଗ […]

rain gayab

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 09:22 PM IST

ଭୁବନେଶ୍ୱର: ଜୁଲାଇ ଅଧା ହେବାକୁ ବସିଲାଣି। ଯେଉଁ ଧାରା ଶ୍ରାବଣରେ ଚାଷ ତରତର ଚାଲିବା କଥା, ସେଠି ରାଜ୍ୟର କିଛି ଜିଲ୍ଲାରେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୧୮ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ଯାହାଦ୍ୱାରା ଚାଷକାମ ଧିମେଇଛି। କେଉଁଠି ଧାନ ଗଜା ହୋଇନି ତ ଆଉ କେଉଁଠି ବିଲ ଫାଟି ଆଁ କରିଛି। ଆଗକୁ ଭଲ ବର୍ଷା ନହେଲେ ମରୁଡି ସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି।

ପାଣିପାଗ ବିଭାଗ କହୁଛି, ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସାମଗ୍ରିକ ଭାବେ ସ୍ୱାଭାବିକଠାରୁ ୧୦ ପ୍ରତିଶତ କମ୍ ବର୍ଷା ହୋଇଛି। ୧୮ଟି ଜିଲ୍ଲାରେ ଆବଶ୍ୟକତାଠାରୁ କମ୍ ବର୍ଷିଛି। ସେଥିମଧ୍ୟରୁ ଢେଙ୍କାନାଳ ଅଧିକ ପ୍ରଭାବିତ ହୋଇଛି। ଏଠି ସ୍ୱାଭାବିକଠାରୁ ୪୬ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁରରେ ୪୨ ପ୍ରତିଶତ, ବାଲେଶ୍ୱରରେ ୪୩, ଭଦ୍ରକରେ ୪୨, କଟକରେ ୩୮, କେନ୍ଦ୍ରାପଡ଼ାରେ ୩୨ ପ୍ରତିଶତ କମ୍ ବର୍ଷା ହୋଇଛି। ସେପଟେ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ମରୁଡି ସେଲ୍ ଏହାକୁ ଅନୁଧ୍ୟାନ କରିଛି। ଜୁଲଇ ଶେଷରେ ପ୍ରକୃତ ସ୍ଥିତି ଜଣାପଡିବ।

Related story