ବୀଭତ୍ସ ହତ୍ୟାକାଣ୍ଡ; ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲା ପୁତୁରା!

ଉଦଳା(ଓଡ଼ିଶା ରିପୋର୍ଟର): ଅନ୍ଧବିଶ୍ୱାରର ଅନ୍ଧାରି ଗଳିରେ ବିଜ୍ଞାନ ଯୁଗର ମଣିଷ। ଦେଶ ଯେତେ ଆଗେଇଲେ ମଧ୍ୟ ତା’ ମନରୁ ଲିଭୁନି ଭ୍ରାନ୍ତ ଧାରଣା। ଏହି ଅନ୍ଧ ବିଶ୍ୱାସଯୋଗୁ ମଣିଷ ତାର ସବୁ ସର୍ମ୍ପକକୁ ଭୁଲି ଯାଉଛି। କେତେବେଳେ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହିଁ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଖୁଣ୍ଟା ଥାନା ଅନ୍ତର୍ଗତ ସାରଜମଡ଼ିହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦାଦାକୁ ହତ୍ୟା କରି […]

murder

  • Published: Saturday, 12 November 2022
  • , Updated: 12 November 2022, 01:35 PM IST

ଉଦଳା(ଓଡ଼ିଶା ରିପୋର୍ଟର): ଅନ୍ଧବିଶ୍ୱାରର ଅନ୍ଧାରି ଗଳିରେ ବିଜ୍ଞାନ ଯୁଗର ମଣିଷ। ଦେଶ ଯେତେ ଆଗେଇଲେ ମଧ୍ୟ ତା’ ମନରୁ ଲିଭୁନି ଭ୍ରାନ୍ତ ଧାରଣା। ଏହି ଅନ୍ଧ ବିଶ୍ୱାସଯୋଗୁ ମଣିଷ ତାର ସବୁ ସର୍ମ୍ପକକୁ ଭୁଲି ଯାଉଛି। କେତେବେଳେ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହିଁ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ।

ଖୁଣ୍ଟା ଥାନା ଅନ୍ତର୍ଗତ ସାରଜମଡ଼ିହି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦାଦାକୁ ହତ୍ୟା କରି ପୁତୁରା ମୁଣ୍ଡଗଣ୍ଡି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଠୁଙ୍ଗୁରୁ ସିଂ। ପୁଲିସ ଏହି ଘଟଣାରେ ପୁତୁରା ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ଠୁଙ୍ଗୁରୁଙ୍କ ପରିବାର ଲୋକେ ଗତକାଲି ଫୁଟବଲ ଖେଳ ଦେଖିବା ନିମନ୍ତେ ବାହାରକୁ ଯାଇଥିଲେ। ଏହି ସମୟରେ ସେ ଘରେ ଏକୁଟିଆ ରହିଥିଲେ। ପରେ ପରିବାର ଲୋକେ ଘରକୁ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। କେହି ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ।

ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଠୁଙ୍ଗୁରୁଙ୍କୁ ତାଙ୍କ ପୁତୁରା ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ଠୁଙ୍ଗୁରୁ ଗୁଣି ଗାରେଡ଼ି କରୁଥିବା ତାଙ୍କ ପୁତୁରା ସନ୍ଦେହ କରୁଥିଲେ। ଏନେଇ ଦାଦା ଓ ପୁତୁରା ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ଘରେକେହି  ନଥିବା ସମୟରେ ଠୁଙ୍ଗୁରୁଙ୍କୁ ପୁତୁରାକୁ  ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ପୁତୁରା ‌ଓ ଅନ୍ୟ ଜଣେ ସମ୍ପର୍କୀୟକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ଓ ଘଟଣାର ତଦନ୍ତ କରୁଛି।

Related story