ରୋଡ ଶୋ’ କଲେ ଜୟରାମ ପାଙ୍ଗି, ସୁଶାସନର ପ୍ରତିଶ୍ରୁତି ଦେଇ ମାଗିଲେ ଭୋଟ

ରାୟଗଡା(ମନୋଜ ପାତ୍ର): କୋରାପୁଟ ଲୋକସଭା ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି ଆଜି ରାୟଗଡାରେ ଏକ ରୋଡ଼ ଶୋ’ରେ ଯୋଗ ଦେଇଛନ୍ତି । ସନ୍ଧ୍ୟାରେ ମଝିଘରିଆଣି ମନ୍ଦିରରେ ମା’ଙ୍କ ଦର୍ଶନ କରି ଏକ ବିରାଟ ଶୋଭାଯାତ୍ରାରେ ରାୟଗଡା ସହର ପରିକ୍ରମା କରିଥିଲେ ପାଙ୍ଗି । ଜୟରାମଙ୍କ ସହ ରାୟଗଡା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବସନ୍ତ ଉଲ୍ଲାକା ମଧ୍ୟ ଯୋଗଦେଇ ବିଜେପି ପାଇଁ ଭୋଟ ଭିକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ୧୯ ବର୍ଷ ଶାସନକୁ ଦୁର୍ନୀତିଗ୍ରସ୍ତ ବୋଲି କହି ବିଜେପି ଉପରେ ଆସ୍ଥା ଥାପିବାକୁ ଉଭୟ ପ୍ରାର୍ଥୀ ଭୋଟ ଭିକ୍ଷା କରି କହିଥିଲେ।