ପ୍ରଶାସନର ନିଦ ଭାଙ୍ଗିଲା, ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି

ରାଇରଙ୍ଗପୁର (ରାଜେଶ ଶର୍ମା): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ ହେବ ଆଲୋକିତ। ଗାଁ ଲୋକେ ଦେଖିବେ ବିଜୁଳି।  ଅନ୍ଧାରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗାଁ ନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି। ଆଜି ବିଦ୍ୟୁତ ବିଭାଗ ଗାଁକୁ ସ୍ଥିତି ଅନୁଧ୍ୟାନ କରିଛି। ଏପରିକି ବିଦ୍ୟୁତ ସଂଯୋଗ ପୋତିବା ପାଇଁ ଖୁଣ୍ଟ ପୋତିବା ଆରମ୍ଭ କରିଛି। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍‌ ଉପରବେଡା ପଞ୍ଚାୟତ ଉପରବେଡା ଡୁଙ୍ଗୁରିସାହି। ସେହି ଗାଁରେ ଜନ୍ମ […]

Baripada

Manoranjan Sial
  • Published: Saturday, 25 June 2022
  • , Updated: 25 June 2022, 07:49 PM IST

ରାଇରଙ୍ଗପୁର (ରାଜେଶ ଶର୍ମା): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ ହେବ ଆଲୋକିତ। ଗାଁ ଲୋକେ ଦେଖିବେ ବିଜୁଳି।  ଅନ୍ଧାରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗାଁ ନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି। ଆଜି ବିଦ୍ୟୁତ ବିଭାଗ ଗାଁକୁ ସ୍ଥିତି ଅନୁଧ୍ୟାନ କରିଛି। ଏପରିକି ବିଦ୍ୟୁତ ସଂଯୋଗ ପୋତିବା ପାଇଁ ଖୁଣ୍ଟ ପୋତିବା ଆରମ୍ଭ କରିଛି।

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍‌ ଉପରବେଡା ପଞ୍ଚାୟତ ଉପରବେଡା ଡୁଙ୍ଗୁରିସାହି। ସେହି ଗାଁରେ ଜନ୍ମ ଗ୍ରହଣ କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଏହି ଗାଁରେ ବିଜୁଳି ପହଞ୍ଚି ପାରିନାହିଁ। ଏବେବି ଗାଁର ଶତାଧିକ ଆଦିବାସୀ ପରିବାର ଅନ୍ଧକାରରେ ରହିଛନ୍ତି। ସତେ ଯେମିତି ଲାଗୁଛି ପ୍ରଶାସନିକ ଅଧିକାରୀଙ୍କ ପାଦ ଗାଁରେ ପଡ଼ିନାହିଁ! ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା ପରେ ଚର୍ଚ୍ଚାକୁ ଆସିଥିଲା ତାଙ୍କ ଗାଁ।

ଦେଶ ସ୍ୱାଧୀନ ହେବାର ଏତେବର୍ଷ ପରେ ଗୋଟିଏ ଗାଁକୁ ବିଜୁଳି ଯାଇନାହିଁ। ଆଉ ସେହି ଗାଁରେ ଜନ୍ମ ଗ୍ରହଣ କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ପ୍ରଶାସନ। ଶନିବାର ରାଇରଙ୍ଗପୁର ବିଦ୍ୟୁତ ବିଭାଗ ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ବେହେରା, କୁସୁମୀ ବ୍ଲକ ବିଦ୍ୟୁତ ବିଭାଗ ଏସ୍‌ଡିଓ ବିରସିଂ ସରେନ ଓ ଅନ୍ୟ କର୍ମଚାରୀମାନେ ଡୁଙ୍ଗୁରି ସାହିକୁ ଯାଇ ପହଞ୍ଚି ଛନ୍ତି। ସର୍ଭେ ପରେ ଉପରବେଡା ବଡ଼ ସାହିଠାରୁ ମୋଟ୍‌ ୨୮ଟି ବିଦ୍ୟୁତ ଖୁଣ୍ଟ ପୋତା ହେବା ପାଇଁ ଚିହ୍ନଟ କରିଛନ୍ତି। ଶନିବାର ସନ୍ଧ୍ୟାରୁ ବିଦ୍ୟୁତ ଖୁଣ୍ଟ ପୋତା ଆରମ୍ଭ ହୋଇଛି। ତେବେ କେବେ ସୁଦ୍ଧା କାମ ସରିବ ଓ ବିଜୁଳି ଜଳିବ, ତାହା ଜଣାପଡ଼ି ନାହିଁ।

Related story