ଦ୍ରୌପଦୀ ମୁର୍ମୁଙ୍କ ନିଜ ଗାଁରେ ନାହିଁ ବିଜୁଳି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ କେନ୍ଦ୍ର ସରକାର ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି। ସେହିପରି ତାଙ୍କୁ ଏକାଧିକ ଅଣ ଏନଡିଏ ରାଜନୀତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି। ତେଣୁ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାରର ନିଶ୍ଚିତ। ସେ ବିଜୟୀ ହେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର […]

Murmu

Murmu

Hemant Lenka
  • Published: Thursday, 23 June 2022
  • Updated: 23 June 2022, 04:16 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ କେନ୍ଦ୍ର ସରକାର ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି। ସେହିପରି ତାଙ୍କୁ ଏକାଧିକ ଅଣ ଏନଡିଏ ରାଜନୀତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି। ତେଣୁ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାରର ନିଶ୍ଚିତ।

ସେ ବିଜୟୀ ହେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ରେକର୍ଡ କରିବେ। କିନ୍ତୁ ଦେଶର ଆଗାମୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଗାଁ ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗାଁରେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ବିଜୁଳି ପହଞ୍ଚି ପାରିନି। ଗାଁରେ ରହୁଥିବା ଆଦିବାସୀମାନେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ଗାଁକୁ ବିଜୁଳି ଆସିବ ବୋଲି ଆଶା ରଖିଛନ୍ତି। ଏଥିସହ ଗାଁର ଭାଗ୍ୟ ବଦଳି ଯିବ ବୋଲି ସେମାନେ କହିଛନ୍ତି।

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବାପରେ କୁସୁମି ବ୍ଲକ ଅଧୀନରେ ରହିଛି ଉପରବେଡା ଡୁଙ୍ଗୁରିସାହି। ଏବେ ଦ୍ରୌପଦୀ ମୁର୍ମୁଙ୍କୁ ପାଇଁ ଉକ୍ତ ଗାଁ ପୂରା ଚର୍ଚ୍ଚାକୁ ଆସିଛି। ଆଦିବାସୀ ବହୁଳ ଏହି ଗାଁର ଅଧିକାଂଶ ଲୋକ ନିରକ୍ଷର। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି ବୋଲି ସେମାନଙ୍କ ମଧ୍ୟରୁ ଅନେକ ଲୋକ ଜାଣି ନଥିଲେ। କିନ୍ତୁ ଦ୍ରୌପଦୀଙ୍କ ବିଷୟରେ ଖବର ପ୍ରସାରିତ ହେବା ପରେ ସେମାନେ ବେଶ ଖୁସି ହୋଇ ଯାଇଛନ୍ତି।

ତେବେ ଦ୍ରୌପଦୀ ମୁର୍ମୁଙ୍କ ଉପରବେଡ଼ାର ଡୁଙ୍ଗିରିସାହିରେ ରହୁଥିବା ଲୋକଙ୍କ ଦୁଃଖ କହିଲେ ନସରେ। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁରେ ବିଜୁଳି ସଂଯୋଗ ହୋଇପାରିନି। କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତଙ୍କୁ ବିଜୁଳି ଓ ସବୁ ଗାଁକୁ ବିଜୁଳି ଯୋଗାଇ ଦେବାକୁ କହୁଛନ୍ତି। ହେଲେ ବାସ୍ତବ ଚିତ୍ର କ’ଣ ସେକଥା ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଦେଖିଲେ ସ୍ପଷ୍ଟ ହେଉଛି।

ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ଶ୍ରୀମତୀ ମୁର୍ମୁ ଓଡ଼ିଶାର ମନ୍ତ୍ରୀ ଓ ଝାରଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ କାମ କରିଥିଲେ। କିନ୍ତୁ ଏଯାଏ ତାଙ୍କ ଗାଁକୁ ବିଜୁଳି ସଂଯୋଗ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାଁରେ ଦ୍ରୌପଦୀ ମୁର୍ମୁଙ୍କ ସମେତ ୫୦ରୁ ଅଧିକ ଘର ରହିଛି। ତଥାପି ଗାଁର କେଉଁ ଘରକୁ ବିଜୁଳି ସଂଯୋଗ ହୋଇନାହିଁ।

ଦ୍ରୌପଦୀ ମୁର୍ମୁଙ୍କ ସଂପର୍କୀୟ ବୋହୂ ଧନମଣୀ ବାସ୍କେ କହିଛନ୍ତି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାଜାଣି ସେ ଭାରି ଖୁସି। ହେଲେ ଅନେକ ନେତା ମନ୍ତ୍ରୀ ଓ ବିଧାୟକଙ୍କୁ କହିବାପରେ ବି ତାଙ୍କ ଗାଁର ଡୁଙ୍ଗୁରିସାହିକୁ ବିଜୁଳି ସଂଯୋଗ ହୋପାରନି। ଦ୍ରୌପଦୀ ରାଷ୍ଟ୍ରପତି ହେଲେ ଗାଁକୁ ନିଶ୍ଚୟ ବିଜୁଳି ଆସିବ ବୋଲି ସେ ଆଶା ରଖିଛନ୍ତି। ଏଥିସହ ବିଭିନ୍ନ ପର୍ବପର୍ବାଣୀରେ ଦ୍ରୌପଦୀ ମୁର୍ମୁ ଆସନ୍ତି। ଆମେ ୨୦ ବର୍ଷ ହେଲା ଏଠି ରହି ଆସୁଛୁ। କିନ୍ତୁ ବିଜୁଳି ସଂଯୋଗ ହୋଇ ପାରୁନି ବୋଲି ସେ କହିଛନ୍ତି।

ଦୁଇଦିନ ତଳେ ଦ୍ରୌପଦୀଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯିବା ପରେ ରାଇରଙ୍ଗପୁରଠାରୁ ଆରମ୍ଭ କରି ତାଙ୍କ ନିଜ ଜନ୍ମସ୍ଥାନ ଉପରବେଡ଼ା ଓ ଶାଶୁଘର ଗାଁ ପାହଡ଼ପୁର ଯାଏ ଖୁସିର ଲହରୀ ଖେଳି ଯାଇଥିଲା। ଉପରବେଡ଼ା ଗାଁ ଅନେକ ରାଜନେତା ଦେଖିଛି। ପୂର୍ବତନ ସାଂସଦ ସାଲଖାନ ମୁର୍ମୁ, ଭବେନ୍ଦ୍ର ମାଝୀ ଓ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ମାଝୀଙ୍କ ଘର ଉପରବେଡା ଗାଁରେ। ଦ୍ରୌପଦୀଙ୍କ ଭୁବନେଶ୍ୱର ଯିବା ଓ ସେଠାରେ ପାଠ ପଢ଼ିବା ପଛରେ କାର୍ତ୍ତିକ ମାଝୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story