ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ବେଳେ ବଢ଼ିଲା ବିଦ୍ୟୁତ୍ ଦର। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ଦର ଲାଗୁହେବ। ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛି। ୟୁନିଟ ପିଛା ୨୦ ପଇସା ଦର ବୃଦ୍ଧି ନେଇ ହୋଇଛି ନିଷ୍ପତ୍ତି। ବର୍ଦ୍ଧିତ ଦରରୁ କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତା ବାଦ ଦିଆଯାଇଛି।
୫୦ ୟୁନିଟ ପର୍ଯ୍ୟନ୍ତ ଦର ୨ ଟଙ୍କା ୭୦କୁ ବୃଦ୍ଧି। ୧୦୦ ୟୁନିଟ ଯାଏ ୩ ଟଙ୍କା ୬୦, ୨୦୦ ଯାଏ ୪.୦୫ ହେଲା। ସେହିପରି ୩୦୦ ଯାଏ ୪.୫୩, ୪୦୦ ଯାଏ ୪.୭୮ ଓ ୫୦୦ ଯାଏ ୫ ଟଙ୍କାକୁ ବୃଦ୍ଧି କରାଯାଇଛି।
ବିଦ୍ୟୁତ ବୃଦ୍ଧି ନେଇ ବିଦ୍ୟୁତ ବିତରକ କମ୍ପାନୀ ଗୁଡ଼ିକ ବାରମ୍ୱାର ଦାବି କରୁଥିଲେ। ଯାହାକୁ ଉପଭୋକ୍ତା ମହାସଂଘ ବିରୋଧ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।