ଭୁବନେଶ୍ୱର: ୨୦୧୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁକୁ ବିଦ୍ୟୁତ୍ ଓ ୨୦୧୯ ମାର୍ଚ୍ଚ ସୁଦ୍ଧା ସବୁ ଘରକୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟରେ ଗ୍ରାମ୍ୟ ବିଦ୍ୟୁତ୍କରଣ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଗତକାଲି ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ସମସ୍ତ ବିପିଏଲ୍ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି।
ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ବର୍ଷ ରାଜ୍ୟରେ ୨,୧୫୬ଟି ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ବିଦ୍ୟୁତ୍ ସଂଯୋଗ ନ ଥିବା ଆଉ ୧୩୧୮ଟି ଗାଁକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ୍ ସଂଯୋଗ ଦିଆଯିବ।