କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ରରୁଆଁ ଓ ସୁକୃଳୀ ବ୍ଲକ୍ର ପ୍ରାୟ ୮ଟି ଗାଁରେ ୨୩ଟି ଝାଡଖଣ୍ଡୀ ହାତୀ ଉତ୍ପାତ କରୁଛନ୍ତି। ଫଳରେ ସେଠାକାର ଲୋକେ ଗତ ତିନି ଦିନ ହେବ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଜୁଲାଇ ୩୧ ତାରିଖ ରାତିରେ ରରୁଆଁ ବ୍ଲକ୍ ଜାମୁତି ଗାଁରେ ପଶି ଝାଡଖଣ୍ଡୀ ହାତୀପଲ ୫ଟି ଘର ଭାଙ୍ଗିଥିଲେ। ସେହିପରି ଅଗଷ୍ଟ ୧ ତାରିଖରେ ଝୁମକାପାଲ ଗାଁରେ ଦୁଇଟି ଓ ଗତକାଲି ସୁକୃଳୀ ବ୍ଲକ୍ ଜେଠମା ଗାଁରେ ୬ଟି ଘର ଭାଙ୍ଗିଛନ୍ତି। ହାତୀ ପଲ ଗାଁରେ ପଶି ଧାନ ଓ ଚାଉଳ ଖାଇବା ସହ କ୍ଷେତରେ ଫସଲ ଉଜାଡ଼ୁଛନ୍ତି।
ହାତୀମାନଙ୍କଠାରୁ ସତର୍କ ରହିବାକୁ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି। ଏଥିସହ ହାତୀ ପଲଙ୍କ ଗତିବିଧି ଲକ୍ଷ୍ୟ କରାଯିବା ସହ ସତର୍କ ଦୃଷ୍ଟି ରଖାଯାଇଥିବା ବନ ବିଭାଗ କହିଛି। ଏଥିଯୋଗୁ ଯେପରି ଧନଜୀବନ କ୍ଷୟକ୍ଷତି ନ ହୁଏ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଥିବା ବନ ଅଧିକାରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍; ୪ଟି ସ୍ଥାନରେ ଚଢ଼ାଉ
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।