ଘର ଭାଙ୍ଗିଦେଲା ହାତୀ, ଶିଶୁ ଗୁରୁତର

କୋଇଡା(ସୁନୀଲ ପଣ୍ଡା): ସୁନ୍ଦରଗଡ଼ କୋଇଡା ଅଞ୍ଚଳରେ ପୁଣୀ ହାତୀ ଆତଙ୍କ। ଘର ଭାଙ୍ଗିଦେଲା ହାତୀ।  ହାତୀ ଆକ୍ରମଣରେ ଜଣେ ଶିଶୁ ଗୁରୁତର ହୋଇ ପଡିଛି। ଆଜି ଭୋରୁ କୋଇଡା ରେଞ୍ଜ ଅନ୍ତର୍ଗତ କାଦଢିଆ ଗାଁର ଏମ୍ସି ବସ୍ତିରେ ୧୮ ଟିକିଆ ହାତୀପଲ ଆସି ଘର ଭାଙ୍ଗି ପୂରା ନଷ୍ଟ କରିଦେଇଛନ୍ତି।  ଫଳରେ ଗୋଟିଏ ପରିବାରର କିଛି ସଦସ୍ୟ ଭଙ୍ଗା କାନ୍ଥ ତଳେ ଚାପି ହୋଇଯାଇଥିଲେ। ଏହି ସଦସ୍ୟଙ୍କ ଭିତରେ ଜଣେ ଶିଶୁ ମଧ୍ୟ ଥିଲା। ଉକ୍ତ ଶିଶୁଟି […]

elephant damage house

elephant damage house

Madhupriya Mistry
  • Published: Tuesday, 16 November 2021
  • Updated: 16 November 2021, 10:44 AM IST

Sports

Latest News

କୋଇଡା(ସୁନୀଲ ପଣ୍ଡା): ସୁନ୍ଦରଗଡ଼ କୋଇଡା ଅଞ୍ଚଳରେ ପୁଣୀ ହାତୀ ଆତଙ୍କ। ଘର ଭାଙ୍ଗିଦେଲା ହାତୀ।  ହାତୀ ଆକ୍ରମଣରେ ଜଣେ ଶିଶୁ ଗୁରୁତର ହୋଇ ପଡିଛି।

ଆଜି ଭୋରୁ କୋଇଡା ରେଞ୍ଜ ଅନ୍ତର୍ଗତ କାଦଢିଆ ଗାଁର ଏମ୍ସି ବସ୍ତିରେ ୧୮ ଟିକିଆ ହାତୀପଲ ଆସି ଘର ଭାଙ୍ଗି ପୂରା ନଷ୍ଟ କରିଦେଇଛନ୍ତି।  ଫଳରେ ଗୋଟିଏ ପରିବାରର କିଛି ସଦସ୍ୟ ଭଙ୍ଗା କାନ୍ଥ ତଳେ ଚାପି ହୋଇଯାଇଥିଲେ।

ଏହି ସଦସ୍ୟଙ୍କ ଭିତରେ ଜଣେ ଶିଶୁ ମଧ୍ୟ ଥିଲା। ଉକ୍ତ ଶିଶୁଟି ଏବେ ଗୁରୁତର ହୋପଡିଛି।  ଶିଶୁକୁ ପଡୋଶୀ ଉଦ୍ଧାର କରି ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରିଛନ୍ତି। ସେପଟେ ପରିବାର ଅନ୍ୟ ୭ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଦିନକୁ ଦିନ ବଢ଼ି ଚାଲିଛି ହାତୀ ଉପଦ୍ରବ। ବିନିକା ଅଞ୍ଚଳରେ ମଧ୍ୟ ୪୦ ଟିକିଆ ହାତୀ ପଲ ମାତିଛନ୍ତି । ଦୁଇ ଦିନ ହେଲା ଏହି ହାତୀ ପଲ ଉତ୍ପାତ ମଚାଇଛନ୍ତି।  ଫଳରେ ଚାଷୀଙ୍କ ଶହ ଶହ ଏକର ଫସଲ ନଷ୍ଟ ହୋଇଯାଇଛି।

ହାତୀ ଉପଦ୍ରବ ଯୋଗୁ ବିନିକା ବ୍ଲକର ସେଲେଡି, ଝରାପଡା, ତୁଲୁଣ୍ଡୁପାଲି, ଗରିଆପାଲି ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଫସଲ।  ସଂଧ୍ୟା ହେଲେ ହାତୀ ପଲ ମାଡି ଆସୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos