ବିଦ୍ୟୁତ୍‌ ଆଘାତରେ ଦନ୍ତାହାତୀର ମୃତ୍ୟୁ

Ordigital Desk
  • Published: Friday, 01 September 2017
  • , Updated: 01 September 2017, 06:16 PM IST
<p>ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପୁରଣାଗଡ ରେଞ୍ଜ ଧୁକୋଟା ଗାଁ ନିକଟ ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିର ଆନୁମାନିକ ବୟସ ୨୦ରୁ ୨୫ ବର୍ଷ ହେବ।</p> <p>ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍&zwnj; ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିତିବା ଜଣାପଡିଛି। ହାତୀର ମୃତ ଦେହ ଦେଖିବା ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ବ୍ୟବସ୍ଥା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।</p>

Related story