ପୁଣି ଗଲା ହାତୀର ଜୀବନ

Ordigital Desk
  • Published: Tuesday, 15 May 2018
  • , Updated: 15 May 2018, 07:12 PM IST
<p>ଢେଙ୍କାନାଳ(ରାକେଶ ଦେହୁରୀ):&nbsp;ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଂଳାବେରେଣି ଫରେଷ୍ଟ ଭୋଗବେରେଣି ବନ୍ଧ ପାଖ ସୁନାଝରି ସଂରକ୍ଷିତ ଜଙ୍ଗଲ ପାହାଡ଼ ଉପରୁ ଆଜି ଏକ ମାଈହାତୀର ଗଳିତ ମୃତଦେହ ଠାବ କରାଯାଇଛି। ହାତୀଟିର ଆନୁମାନିକ ବୟସ ୫ବର୍ଷ ଭିତରେ ହେବ। ହାତୀଟିର ଦୁଇ ଦିନ ତଳେ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।</p> <p>ପଶୁ ଚିକିତ୍ସା ଅଧିକାରୀ ଉଦୟନାଥ ମହାଳିକ କହିଛନ୍ତି,- ବିଷକ୍ରିୟା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଛି। ହାତୀଟିକୁ ଜଙ୍ଗଲରେ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇପାରେ ନ ହେଲେ ଶିକାରି ତାକୁ ବିଷ ଦେଇଥାଇପାରନ୍ତି।</p> <p>&amp;nbsp;</p>

Related story