ମାତିଲେ ଝାଡ଼ଖଣ୍ଡୀ ହାତୀ, ଭାଙ୍ଗି ପକାଇଲେ ଘର

Ordigital Desk
  • Published: Tuesday, 05 September 2017
  • , Updated: 05 September 2017, 07:12 PM IST
<p>କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାରେ ମାତିଛନ୍ତି ଝାଡଖଣ୍ଡୀ ହାତୀ। ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୭୫ଟି ଝାଡଖଣ୍ଡ ହାତୀ ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବିଭିନ୍ନ ଗାଁରେ ପଶି ଘର ଭାଙ୍ଗିବା ସହିତ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।</p> <p>କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲ ନିକଟ ହସ୍ତିନାପୁରରେ ୩୨ଟି, ମଙ୍ଗଳପୁରରେ ୨୦ଟି, ବାମେବାରୀରେ ୧୮ଟି ଓ ଯୋଡା ଅଞ୍ଚଳରେ ୫ଟି ହାତୀ ଚଳପ୍ରଚଳ କରୁଥିବା ଜଣାପଡ଼ିଛି। ବନ ବିଭାଗ ହାତୀ ଘଉଡାଇବା କାମରେ ନିୟୋଜିତ ଅଛନ୍ତି। ଏଥିପାଇଁ ବାଣ, ଲାଇଟ୍, ମଶାଲ ଆଦିର ବ୍ୟବହାର କରାଯାଉଛି।</p>

Related story