ଚାଷ ଉଜାଡ଼ୁଛନ୍ତି ହାତୀ: ଆତଙ୍କରେ ଗାଁ ଲୋକେ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଜିଲା ତାଳଚେର ରେଂଜ ଅନ୍ତର୍ଗତ ସନ୍ଥପଡ଼ା ଗୁରୁଜାଙ୍ଗୁଲି ଓ ଭୋଗବରେଣୀ ପଞ୍ଚାୟତରେ ମାତିଛନ୍ତି ଜଙ୍ଗଲି ହାତି। ଗତ କିଛିଦିନ ହେଲା ଚାଷ ଜମି ଆଉ ଘରବାଡ଼ି ଦଳି ଚକଟି ନଷ୍ଟ କରୁଛନ୍ତି ହାତୀ। ଧନଜୀବନ ନଷ୍ଟ ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଗାଁ ଲୋକେ।

ଜଙ୍ଗଲି ହାତୀପଲଙ୍କ ପାଇଁ  ଚାଷ ଜମି ପାଲଟିଛି ଯିବାଆସିବା ରାସ୍ତା। ହାତୀ ପଲ ଚାଷ ଜମିରେ ପସି ପାଦରେ ଦଳି ଚକଟି ଫସଲ ନଷ୍ଟ କରିଦେଉଛନ୍ତି। ଖାଲି ସେତିକି ନୁହେଁ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଉଛନ୍ତି। ଗତ କିଛିଦିନ ହେଲା ଢେଙ୍କାନାଳ ଜିଲାରୁ ଆସିଥିବା ୨୦ରୁ ଅଧିକ ହାତୀପଲଙ୍କ ଉପଦ୍ରବରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ।

ଚାଷ କରି ଭଲ ଦୁଇପଇସା ରୋଜଗାରର ଆଶାରେ ଥିବା ଚାଷୀ ହାତୀ ଉପଦ୍ରବରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ହାତୀଙ୍କୁ ଘଉଡ଼ାଇବା କିମ୍ବା ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ବନବିଭାଗ ଓ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି କ୍ଷତିଗ୍ରସ୍ତ ଗାଁ ଲୋକେ। ହାତୀ ଆଳରେ ବାରମ୍ବାର ବିଜୁଳିକାଟ କରାଯାଉଥିବାର ସେମାନେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ପରେ ହାତୀପଲଙ୍କୁ ଘଉଡାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ତାଳଚେର ରେଂଜର ଅଧିକାରୀ।

Ordigital Desk
• Published: Monday, 30 October 2017
• Updated: 30 October 2017, 08:27 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଜିଲା ତାଳଚେର ରେଂଜ ଅନ୍ତର୍ଗତ ସନ୍ଥପଡ଼ା ଗୁରୁଜାଙ୍ଗୁଲି ଓ ଭୋଗବରେଣୀ ପଞ୍ଚାୟତରେ ମାତିଛନ୍ତି ଜଙ୍ଗଲି ହାତି। ଗତ କିଛିଦିନ ହେଲା ଚାଷ ଜମି ଆଉ ଘରବାଡ଼ି ଦଳି ଚକଟି ନଷ୍ଟ କରୁଛନ୍ତି ହାତୀ। ଧନଜୀବନ ନଷ୍ଟ ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଗାଁ ଲୋକେ।

ଜଙ୍ଗଲି ହାତୀପଲଙ୍କ ପାଇଁ  ଚାଷ ଜମି ପାଲଟିଛି ଯିବାଆସିବା ରାସ୍ତା। ହାତୀ ପଲ ଚାଷ ଜମିରେ ପସି ପାଦରେ ଦଳି ଚକଟି ଫସଲ ନଷ୍ଟ କରିଦେଉଛନ୍ତି। ଖାଲି ସେତିକି ନୁହେଁ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଉଛନ୍ତି। ଗତ କିଛିଦିନ ହେଲା ଢେଙ୍କାନାଳ ଜିଲାରୁ ଆସିଥିବା ୨୦ରୁ ଅଧିକ ହାତୀପଲଙ୍କ ଉପଦ୍ରବରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ।

ଚାଷ କରି ଭଲ ଦୁଇପଇସା ରୋଜଗାରର ଆଶାରେ ଥିବା ଚାଷୀ ହାତୀ ଉପଦ୍ରବରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ହାତୀଙ୍କୁ ଘଉଡ଼ାଇବା କିମ୍ବା ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ବନବିଭାଗ ଓ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି କ୍ଷତିଗ୍ରସ୍ତ ଗାଁ ଲୋକେ। ହାତୀ ଆଳରେ ବାରମ୍ବାର ବିଜୁଳିକାଟ କରାଯାଉଥିବାର ସେମାନେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ପରେ ହାତୀପଲଙ୍କୁ ଘଉଡାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ତାଳଚେର ରେଂଜର ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos