ଘର ଭାଙ୍ଗିଲା ହାତୀ, ଚାଲିଗଲା ଶିଶୁପୁତ୍ରର ଜୀବନ

ତେଲକୋଇ(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ ରାଇସୁଆଁ ପଞ୍ଚାୟତ ଝାଟକିପଶି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ହାତୀ ଘର ଭାଙ୍ଗି ଦେବାରୁ କାନ୍ଥ ପଡ଼ି ସାତ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହାନ୍ତ। ସୂଚନାଅନୁସାରେ, ଗତକାଲି ବିନୋଦଙ୍କ ପରିବାର ରାତିରେ ଘରେ ଶୋଇଥିଲେ। ରାତିରେ ପାଖ ଜଙ୍ଗଲରୁ ଏକ ୯ଟିକିଆ ହାତୀ ପଲ ଆସି ଗାଁରେ ଉପଦ୍ରଵ କରିଥିଲେ। ବିନୋଦଙ୍କ […]

Telkoi

Tapaswini Nayak
  • Published: Saturday, 13 November 2021
  • , Updated: 13 November 2021, 02:48 PM IST

ତେଲକୋଇ(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ ରାଇସୁଆଁ ପଞ୍ଚାୟତ ଝାଟକିପଶି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ହାତୀ ଘର ଭାଙ୍ଗି ଦେବାରୁ କାନ୍ଥ ପଡ଼ି ସାତ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହାନ୍ତ।

ସୂଚନାଅନୁସାରେ, ଗତକାଲି ବିନୋଦଙ୍କ ପରିବାର ରାତିରେ ଘରେ ଶୋଇଥିଲେ। ରାତିରେ ପାଖ ଜଙ୍ଗଲରୁ ଏକ ୯ଟିକିଆ ହାତୀ ପଲ ଆସି ଗାଁରେ ଉପଦ୍ରଵ କରିଥିଲେ। ବିନୋଦଙ୍କ ପରିବାର ଶୋଇଥିବା ସମୟରେ  ଘରର କାନ୍ଥକୁ ହାତୀ ପଲ ଭାଙ୍ଗି ପକାଇ ଦେଇଥିଲେ। ଫଳରେ କାନ୍ଥଟି ପରିବାର ସଦସ୍ୟଙ୍କ ଉପରେ ପଡିଥିଲା। ଏଥିରେ ନାରାୟଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରିବାର ଲୋକେ କାମାକ୍ଷାନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ହାତୀ ଉପଦ୍ରଵକୁ ନେଇ ବନ ବିଭାଗ କୌଣସି ଠୋସ ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

Related story