ପାଣିରେ ବୁଡ଼ି ନୁହେଁ, ହୃଦ୍‌ଘାତରେ ମରିଛି ଦନ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳୀରେ ଫସିଥିବା ହାତୀର ମୃତ୍ୟୁ ପାଣିରେ ବୁଡ଼ିକି ନୁହେଁ, ହୃଦଘାତ ଯୋଗୁ ହୋଇଛି। ଦୀର୍ଘ ସମୟ ଧରି ପାଣିରେ ରହିବା ଯୋଗୁ ହାତୀଟି ହୃଦଘାତର ଶିକାର ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ଓୟୁଏଟି ପାଥୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସୁଶେନ କୁମାର ପଣ୍ଡା। ହାତୀର ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ହାତୀଟି ବହୁ ସମୟ ଧରି ପାଣିରେ ରହିବା ଯୋଗୁ ତାର କାର୍ଡିଆକ୍‌ ସକ୍‌ […]

Mundali Barrage Tragedy

Mundali Barrage Tragedy

Manoranjan Sial
  • Published: Thursday, 07 October 2021
  • Updated: 07 October 2021, 04:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳୀରେ ଫସିଥିବା ହାତୀର ମୃତ୍ୟୁ ପାଣିରେ ବୁଡ଼ିକି ନୁହେଁ, ହୃଦଘାତ ଯୋଗୁ ହୋଇଛି। ଦୀର୍ଘ ସମୟ ଧରି ପାଣିରେ ରହିବା ଯୋଗୁ ହାତୀଟି ହୃଦଘାତର ଶିକାର ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ଓୟୁଏଟି ପାଥୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସୁଶେନ କୁମାର ପଣ୍ଡା।

ହାତୀର ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ହାତୀଟି ବହୁ ସମୟ ଧରି ପାଣିରେ ରହିବା ଯୋଗୁ ତାର କାର୍ଡିଆକ୍‌ ସକ୍‌ ହୋଇଥିଲା। ପାଣିରେ ବୁଡ଼ି ତା’ର ମୃତ୍ୟୁ ହୋଇନାହିଁ। ତେବେ ମୃତ୍ୟୁ ପରେ ହାତୀଟି ପାଣିରେ ବୁଡ଼ି ଯାଇଥିଲା ବୋଲି ସେ କହିଛନ୍ତି। ବ୍ୟବଚ୍ଛେଦର ୭୨ ଘଣ୍ଟା ପୂର୍ବରୁ ହାତୀଟି ପ୍ରାଣ ହରାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ସେପ୍ଟେମ୍ୱର ୨୪ ତାରିଖ ରାତିରେ ଗୋଟିଏ ହାତୀ ପଲ ଆଠଗଡ଼ ଜଙ୍ଗଲରୁ ମହାନଦୀ ଭିତରେ ପଶି ବାଙ୍କୀ ଡମପଡ଼ା ଜଙ୍ଗଲକୁ ଯାଉଥିଲେ।ତେବେ ନଦୀ ଅତିକ୍ରମ କରୁଥିବା ବେଳେ ଦଳପତି କୁହାଯାଉଥିବା ଦନ୍ତାହାତୀଟି ପାଣିର ପ୍ରଖର ସ୍ରୋତରେ ଭାସିଯାଇ ମୁଣ୍ଡଳୀ ବ୍ୟାରେଜ ପାଖରେ ଫସି ଯାଇଥିଲା। ସକାଳ ହୋଇ ଯାଇଥିବାରୁ ଲୋକଙ୍କ କୋଳାହଳ ଯୋଗୁ କୂଳକୁ ଆସିପାରିନଥିଲା ହାତୀ। ପାଣି ଭିତରେ ଗର୍ଜନ କରୁଥିଲା। ବନ ବିଭାଗ ଓ ପୁଲିସ ଲୋକଙ୍କୁ ତଡି ହାତୀକୁ ଉଦ୍ଧାର କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲା।

ମହାନଦୀ ଭିତରେ ଫସିଥିବା ଦନ୍ତାହାତୀକୁ ଘଉଡାଇ କୂଳକୁ ଆଣିବା ପାଇଁ ଓଡ୍ରାଫ୍‌ ଟିମ୍‌ ଯାଇଥିଲା। ହାତୀ ଘଉଡାଇବା ବେଳେ ପାଣି ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବୋଟ୍‌ରେ ଥିବା ଓଟିଭିର ଯୁବ ସାମ୍ୱାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍‌ ଯବାନ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିଲା।

ସେହିଦିନ ରାତିରେ ଆଉ ହାତୀକୁ ମୁଣ୍ଡଳି ବ୍ୟାରେଜ୍‌ ନିକଟରେ ଦେଖିବାକୁ ମିଳିନଥିଲା। ଦୁଇ ଦିନ ପରେ ହାତୀର ମୃତଦେହ ବ୍ୟାରେଜରେ ଲାଗି ରହିଥିଲା। ସେଠାରେ ହାତୀର ମୃତଦେହ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା। ପରେ ବ୍ୟାରେଜ ଗେଟ୍‌ ଖୋଲା ଯାଇଥିଲା। ଫଳରେ ହାତୀର ମୃତଦେହ ଭାସି ଯାଇ ଜଗତପୁର ସାତବାଟିଆ ନିକଟରେ ଲାଗିଥିଲା। ତା’ପରେ ହାତୀର ମୃତଦେହକୁ ୩ଟି ଡ଼ଙ୍ଗା ସାହାଯ୍ୟରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀମାନେ କୂଳକୁ ଅଣିଥିଲେ। ବ୍ୟବେଚ୍ଛେଦ ପରେ ହାତୀର ମୃତଦେହକୁ ପୋତା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story