ଡିଜେ ଶୁଣି ବଣଭୋଜିରେ ପଶିଗଲା ହାତୀ, ତା’ପରେ...

ବାରିପଦା (ମାଣିକଲାଲ ପାଣି): ବଣ ଭୋଜି ସହ ଡିଜେର ଧୂମ୍‌। ତାହା ପୁଣି ସହରର କୋଳାହଳଠୁ ଦୂର ଏକ ପର୍ବତ, ଜଙ୍ଗଲ ଘେରା ମନୋଲୋଭା ଜାଗାରେ। ଏ  ସମସ୍ତେ ନିଜ ସାଙ୍ଗ ସାଥୀରେ ମଜାମସ୍ତିରେ ବ୍ୟସ୍ତ ଥିବା ବେଳେ ଡିଜେ ଶବ୍ଦ ଶୁଣି ଜଙ୍ଗଲରୁ ବଣଭୋଜି ସ୍ଥଳକୁ ହଠାତ୍ ପଶି ଆସିଲା ହାତୀ। ଭୋଜି ପାଇଁ ରଖାଯାଇଥିବା ପନିପରିବା ଖାଇବା ସହ ନଷ୍ଟ କରିଦେଇଥିଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସୀତାକୁଣ୍ଡ ଜଳପ୍ରପାତ […]

baripada0

Tapaswini Nayak
  • Published: Wednesday, 25 December 2019
  • , Updated: 25 December 2019, 01:10 PM IST

ବାରିପଦା (ମାଣିକଲାଲ ପାଣି): ବଣ ଭୋଜି ସହ ଡିଜେର ଧୂମ୍‌। ତାହା ପୁଣି ସହରର କୋଳାହଳଠୁ ଦୂର ଏକ ପର୍ବତ, ଜଙ୍ଗଲ ଘେରା ମନୋଲୋଭା ଜାଗାରେ। ଏ  ସମସ୍ତେ ନିଜ ସାଙ୍ଗ ସାଥୀରେ ମଜାମସ୍ତିରେ ବ୍ୟସ୍ତ ଥିବା ବେଳେ ଡିଜେ ଶବ୍ଦ ଶୁଣି ଜଙ୍ଗଲରୁ ବଣଭୋଜି ସ୍ଥଳକୁ ହଠାତ୍ ପଶି ଆସିଲା ହାତୀ। ଭୋଜି ପାଇଁ ରଖାଯାଇଥିବା ପନିପରିବା ଖାଇବା ସହ ନଷ୍ଟ କରିଦେଇଥିଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସୀତାକୁଣ୍ଡ ଜଳପ୍ରପାତ ନିକଟରେ। ଏହି ସମୟ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ପୂରା ଘଟଣାଟି ହେଲା, ଗତ ଶନିବାର ସୀତାକୁଣ୍ଡ ଜଳପ୍ରପାତ ନିକଟରେ କିଛି ଲୋକ ବଣଭୋଜି କରୁଥିଲେ। ଏହାସହ ଡିଜେ ବଜାଇ ମଜାମସ୍ତି କରୁଥିଲେ। ଏହି ସମୟରେ ନିକଟରେ ଥିବା ଏକ କାର୍ଯ୍ୟାଳୟରେ ରହୁଥିବା ପୋଷା ହାତୀ ବବଲୁକୁ ମହନ୍ତ ଜଙ୍ଗଲକୁ ଚରାଇବାକୁ ନେଉଥିଲେ। କିନ୍ତୁ ହାତୀଟି ଡିଜେ ଶବ୍ଦ ଶୁଣି ଭୋଜି ସ୍ଥଳକୁ ପଶି ଆସିଥିଲା। ଏହାପରେ ଭୋଜି ପାଇଁ ଥିବା ପନିପରିବାକୁ ଖାଇ ଦେଇଥିଲା ଓ ବହୁତ ନଷ୍ଟ ମଧ୍ୟ କରିଦେଇଥିଲା। କିଛି ସମୟ ପାଇଁ ବବଲୁର ହଙ୍ଗାମାରେ ଅସ୍ତବସ୍ତ ହୋଇଥିଲେ ସମସ୍ତେ। ପରେ ବବଲୁକୁ କାବୁ କରିଥିଲେ ମହନ୍ତ ଓ ବନବିଭାଗ କର୍ମଚାରୀ। ଏହି ସମୟର ଭିଡିଓ ଏବେ ଭାଇରାଲ ହୋଇଛି।

Related story